କନକ ବ୍ୟୁରୋ : ପୁଣି ତୀବ୍ର ହେଉଛି ଋଷ ୟୁକ୍ରେନ୍ ଯୁଦ୍ଧ । ଶନିବାର ଋଷ-କ୍ରିମିୟାକୁ ସଂଯୋଗ କରୁଥିବା ରୋଡ ଏବଂ ରେଲୱେ ବ୍ରିଜରେ ବିଷ୍ଫୋରଣ ହୋଇ ଗୋଟଏ ବ୍ରିଜ୍ ଭୁଷୁଡି ପଡିଥିବା ବେଳେ ଅନ୍ୟଟି କ୍ଷତିଗ୍ରସ୍ତ ହୋଇଯାଇଛି । ଯାହାକୁ ନେଇ ଉତେଜିତ ହୋଇ ପଡିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିସ୍ଫୋରଣର କିଛି ଘଣ୍ଟା ପରେ ପୁଟିନ୍ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ପାଇଁ ନୂଆ ଜେନେରାଲ ନିଯୁକ୍ତ କରିଛନ୍ତି ।

Advertisment

କିଛି ସପ୍ତାହ ଧରି ୟୁକ୍ରେନ ସେନା ଖାରକୀଭ ଏବଂ ଅନ୍ୟ କିଛି ପ୍ରଦେଶରେ ଋଷ ସେନା ଉପରେ ଭାରିପଡୁଥିବାରୁ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି ପୁଟିନ୍ । ଏପଟେ ପୁଟିନଙ୍କ ଧମକ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆମେରିକା ନୌସେନାର ସବୁଠୁ ବିକଶିତ ଏୟାରକ୍ରାଫ୍ଟ ତଥା ଯୁଦ୍ଧଜାହାଜ ଆଟାକର୍ଟିକା ମହାସାଗର ପାଟ୍ରୋଲିଂ କରୁଛି । ଏହି ଯୁଦ୍ଧ ଯାହାଜ ନାଟୋ ସହ ସାମିଲ ଥିବା ଦେଶଗୁଡିକୁ ପ୍ରଶିକ୍ଷିତ କରିବ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ବାଇଡେନଙ୍କ ଏଭଳି ବୟାନ ପରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ପୁଟିନ୍ କରିବେ ପରମାଣୁ ଆକ୍ରମଣ ?

- କିଛି ସପ୍ତାହ ମଧ୍ୟରେ ଖାରକୀଭ ଅଞ୍ଚଳରୁ ଋଷ ସେନାକୁ ବିତାଡିତ କରିଥିଲା ୟୁକ୍ରେନ୍
- ଶନିବାର କ୍ରିମିୟା-ଋଷ ସଂଯୋଗ ପଥ ବ୍ରିଜରେ ବିସ୍ଫୋରଣ ଘଟି ବ୍ରିଜ୍ ଭୁଷୁଡିପଡିଥିଲା
- ୨୦୧୪ରେ ୟୁକ୍ରେନଠାରୁ କ୍ରିମିୟାକୁ ଛଡାଇନେଇଥିଲା ଋଷ
- ବ୍ରିଜରେ ଆକ୍ରମଣ ପରେ ଦକ୍ଷିଣ ୟୁକ୍ରେନର ଜାପୋରଝିଆ ସହରରେ ଆକ୍ରମଣ କରିଛି ଋଷ
- ଋଷର ମିଶାଇଲ ମାଡରେ ଛୋଟ ପିଲାଙ୍କ ସହ ୧୭ ଜଣଙ୍କ ମୃତ୍ୟୁ ହୋଇଛି
- ଯୁଦ୍ଧ ପାଇଁ ପୁଟିନ୍ ସେରଗେଇ ସୁରୋଭିକିନଙ୍କୁ ନୂଆ ଜେନେରାଲ ନିଯୁକ୍ତ କରିଛନ୍ତି 
- ଋଷ ସେନା କିଛି ଅଂଚଳରେ ପରାଜିତ ହେବା ପରେ ପୁଟିନ୍ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି
- ପରେ ବାଇଡେନ କହିଛନ୍ତି, ଆମେରିକାର ସବୁଠୁ ବିକଶିତ ଏୟାରକ୍ରାଫ୍ଟ ଆଟାଂକଟିକା ମହାସାଗରରେ ପାଟ୍ରୋଲିଂ କରୁଛି
- ଏହି ଯୁଦ୍ଧ ଜାହାଜ ନାଟୋ ସହ ସାମିଲ ଥିବା ଦେଶଗୁଡିକୁ ପ୍ରଶିକ୍ଷିତ କରିବ କହିଛନ୍ତିି ବାଇଡେନ
- ଯୁଦ୍ଧ ଭିତରେ ବାଇଡେନଙ୍କ ଏଭଳି ବୟାନ ପରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି କରିଛି
- ଋଷ ପରମାଣୁ ଆକ୍ରମଣ କଲେ ନାଟୋ ଦେଶମାନେ ସିଧାସଳଖ ଋଷ ସହ ଯୁଦ୍ଧ କରିବାକୁ ପଛାଇବେ ନାହିଁ 
- ୟୁକ୍ରେନକୁ ଆମେରିକା, ବ୍ରିଟେନ ଭଳି ପାଶ୍ଚାତ୍ୟଦେଶ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧାସ୍ତ୍ର ଯୋଗାଉଛନ୍ତି
- ଫଳରେ ଋଷ ସହ କଡା ମୁକାବିଲା କରୁଛନ୍ତି ୟୁକ୍ରେନ୍ ସେନା