କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅ ଡା.ମାରିଆ ଭୋରୋଣ୍ଟସୋଭା ତାଙ୍କ ଡଚ୍ ବ୍ୟବସାୟୀ ସ୍ୱାମୀ ଜୋରିଟ୍ ଫାସେନଙ୍କଠାରୁ ଅଲଗା ହୋଇଯାଇଛନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ରିପୋର୍ଟର୍ ପ୍ରକାଶ ପାଇଛି । ଏଥିସହ ଋଷର ୟୁକ୍ରେନ ଆକ୍ରମଣ ଯୋଗୁଁ ମରିଆରଙ୍କ ହାଇ ପ୍ରୋଫାଇଲ ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି ।

Advertisment

ପୁଟିନ୍ କେଜିବି ସ୍ୱାଏ ଭାବେ ଋଷ ପାଇଁ କାର୍ଯ୍ୟ କରୁଥିବାବେଳେ ମାରିଆ ଜନ୍ମ ଗ୍ରହଣ କରିଥିଲେ । ସେ ପୁଟିନଙ୍କ ପୂର୍ବତନ ସ୍ତ୍ରୀ ଲ୍ୟୁଡମିଲାଙ୍କ ଝିଅ । ମାରିଆ ପିଲାମାନଙ୍କଠାରେ ଦେଖାଯାଥିବା କେତେକ ବିରଳ ଜିନଗତ ରୋଗର ବିଶେଷଜ୍ଞ । ଋଷରୁୁ ନିର୍ବାସିତ ହୋଇଥିବା ଖବରଦାତା ସେରଗି କାନେଭ୍ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ, ମାରିଆ ଋଷର ସେଣ୍ଟ ପିଟର୍ସବର୍ଗରେ ଏକ ସୁପର ମଡର୍ନ ମେଡିକାଲ ସେଣ୍ଟର ଖୋଲିବାକୁ ଚାହୁଁଥିଲେ । ଏହି ମେଗା ପ୍ରୋଜେକ୍ଟରେ ମାରିଆଙ୍କ ବଡ ଭାଗ ଥିଲା । ସେଠାରେ ଚିକିତ୍ସା ପାଇଁ ୟୁରୋପ ଓ ପର୍ସିଆନ୍ ଗଲ୍ଫ ଦେଶର ଧନୀ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ମାରିଆଙ୍କ ଯୋଜନା ଥିଲା ।ହେଲେ ୟୁକ୍ରେନ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡିକ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଋଷ ଉପରେ କଠୋର କଟକଣା ଲଗାଇଛନ୍ତି । ଏଥିପାଇଁ ମାରିଆଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ ।

ସୂଚନା ମୁତାବକ, ମାରିଆଙ୍କ ସ୍ୱାମୀ ଫାସେନ୍ ପାଶ୍ଚାତ୍ୟ ଦେଶ ନେଦରଲ୍ୟାଣ୍ଡର ଜଶେ ବିଜନେସମ୍ୟାନ । ତାଙ୍କ ବାପା ଡଚ୍ ସଶସ୍ତ୍ର ବଳର କଲୋନେଲ ଥିଲେ ।