କନକ ବ୍ୟୁରୋ: ପରମାଣୁ ଆକ୍ରମଣର ଧମକ ଦେଲେ ରୁଷ ରାଷ୍ଟ୍ରପତି ଭାଦ୍ଲିମିର ପୁଟିନ୍ । ରୁଷ- ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ପାଇଁ ଏଭଳି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍ । ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପୁଟିନ୍ କହିଛନ୍ତି, ଆମକୁ ହାଲୁକା ଭାବେ ନିଅ ନାହିଁ । ପଶ୍ଚିମ ଦେଶ ଗୁଡିକ ରୁଷିଆକୁ ଧ୍ୱଂସ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେମାନେ ୟୁକ୍ରେନରେ ଶାନ୍ତି ଫେରୁ ବୋଲି ଚାହୁଁନାହାନ୍ତି । ବୁଧବାର ଦେଶବାସୀଙ୍କୁ ସମ୍ବୋଧନ କରି ପୁଟିନ୍ ଘୋଷଣା କରିଛନ୍ତି କି, ୟୁକ୍ରେନକୁ ଆହୁରି ସୈନ୍ୟ ପଠାଇବ ରୁଷିଆ । ତାଙ୍କ ପାଖରେ ରିଜର୍ଭ ଥିବା ୯ ମିଲିୟନ ସେନାକୁ ୟୁକ୍ରେନ ପଠାଇବା ସହ ନିଜ ଦେଶର ସୀମା ସୁରକ୍ଷା ବଢାଇବା ପାଇଁ କହିଛନ୍ତି ପୁଟିନ୍ । ଫେବୃୟାର ୨୪ ରୁ ଆରମ୍ଭ ହୋଇଥିବା ରୁଷିଆ–ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶ ଗୁଡିକ ରୁଷକୁ ଦୁର୍ବଳ କରି ଧ୍ୱଂସ କରିବାକୁ ଚାହୁଁଛନ୍ତି । ନିଜ ମାତୃଭମି ଓ ଅଖଣ୍ଡତାର ରକ୍ଷା ପାଇଁ ପାଶ୍ଚାତ୍ୟ ଦେଶକୁ ଏଭଳି ଚେତାବନୀ ଦିଆଯାଉଥିବା କହିଛନ୍ତି ରୁଷିଆ ରାଷ୍ଟ୍ରପତି ।
ପୁଟିନଙ୍କ ପରମାଣୁ ଧମକ
ହେବ କି ୩ୟ ବିଶ୍ୱ ଯୁଦ୍ଧ?
- ପରମାଣୁ ଧମକ ଦେଲେ ରାଷ୍ଟ୍ରପତି ପୁଟିନ୍
- ଦେଶକୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାବନି ଦେଲେ ପୁଟିନ
- ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ
- ଆମେରିକା ଓ ପାଶ୍ଚାତ୍ୟ ଦେଶକୁ ଚେତାବନୀ
- କହିଲେ, ରୁଷିଆ ବିରୋଧରେ ଷଡଯନ୍ତ୍ର ପଡିପାରେ ମହଙ୍ଗା
- ୟୁକ୍ରେନକୁ ଆହୁରି ସୈନ୍ୟବଳ ପଠାଇବ ରୁଷିଆ
- ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଦଖଲ ଚାହୁଁଛନ୍ତି ପୁଟିନ
- ପୂର୍ବରୁ ଡୋନବାସ ଓ ଲୋହାନ୍ସକ୍କୁ ଦଖଲ କରିଛି ରୁଷ ସେନା
- ୟୁକ୍ରେନର ଖେରସନ୍ ଓ ଜପୋରିଜିଆ ଉପରେ ରହିଛି ନଜର
- ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇଛି ରୁଷିଆ- ୟୁକ୍ରେନ ଯୁଦ୍ଧ
- ୟୁକ୍ରେନ ଦେଶକୁ ମୋହରା କରି ରଷିଆକୁ କରାଯାଉଛି ଟୋର୍ଗଟ