ଆମେରିକାର ଅଫରକୁ ରୁଷର ପ୍ରତ୍ୟାଖାନ । ଯୁଦ୍ଧରୁ ଓହରିବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ

ଆମେରିକାର ଅଫରକୁ ରୁଷର ପ୍ରତ୍ୟାଖାନ । ଯୁଦ୍ଧରୁ ଓହରିବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ

କନକ ବ୍ୟୁରୋ : ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ରୁଷ । ଯୁଦ୍ଧରୁ ଓହରିବନି ବୋଲି ସଫା ସଫା କହିଛି ରୁଷ । ଗୁୁରୁବାର ଆମେରିକା କହିଥିଲା ରୁଷ ଯଦି ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ ହୁଏ ତେବେ ଆମେରିକା ମଧ୍ୟ ଆଲୋଚନା କରିବାକୁ ରାଜି । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ୟୁକ୍ରେନ ଉପରେ ଉଭୟ ଦେଶ ମିଳିତ ବୟାନ ଜାରି କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ଦିନରୁ ରୁଷ ବିରୋଧରେ ଓ ୟୁକ୍ରେନ ସପକ୍ଷରେ ଛିଡା ହୋଇଛି ଆମେରିକା । ଏଭଳି କି ଆଲୋଚନା ପାଇଁ ମଧ୍ୟ କେବେ ପ୍ରସ୍ତୁତ ନଥିଲା । ଏଥରକ କିନ୍ତୁ ସର୍ତ ରଖି ରୁଷ ସହ କଥା ହେବାକୁ ଆଗେଇଛ ଆସିଥିଲା ଆମେରିକା । ବାଇଡେନ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି ନାଟୋ ସହ ବିନା ପରାମର୍ଶରେ ସେ କୌଣସି ନାହିଁ ।ୟୁକ୍ରେନର ହିତକୁ ଦୃଷ୍ଟି ରଖି ସବୁ ନିଷ୍ପତି ନେବ ଆମେରିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe