କନକ ବ୍ୟୁରୋ: କିଛି ଦିନ ହେଲା ନୀରବ ରହିଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ଉପରେ ବିଜୟର ଶପଥ ଗ୍ରହଣ କରିଛନ୍ତି । ୟୁକ୍ରେନରେ ଋଷ ଯୁଦ୍ଧର ମହତ୍ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍ ଏହି ଶପଥ ଗ୍ରହଣ ଦିବସରେ କହିଛନ୍ତି । ବିଭିନ୍ନ କଟକଣା ଲଗାଇ ଋଷକୁ ଅର୍ଥନୈତିକ ସ୍ତରରେ ଦେବାଳିଆ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକର ଚେଷ୍ଟା କରୁଥିବାବେଳେ ଏହା ବିଫଳ ହୋଇଛି ବୋଲି ପୁଟିନ ଦୃଢତାର ସହ କହିଛନ୍ତି ।

Advertisment

ପ୍ରତିପକ୍ଷ ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଆଲୋଚନାରେ ପୁଟିନ୍ କହିଛନ୍ତି , ୟୁକ୍ରେନ ସହ ଯୁଦ୍ଧ କରିବା ନିହାତି ଜରୁରୀ ଥିଲା । ଋଷ ଭାଷାଭାଷି ଲୋକ ରହୁଥିବା ଡୋନବାସ୍ ଅଞ୍ଚଳର ସୁରକ୍ଷା ପାଇଁ ତାଙ୍କ ନିକଟରେ କୌଣସି ବିକଳ୍ପ ନଥିଲା । ଏଥିସହ ମସ୍କୋର ଶତ୍ରୁମାନଙ୍କ ସହ ପୂର୍ବ ସୋଭିଏତ୍ ସଂଘର ଏହି ଦେଶକୁ ଋଷ ବିରୋଧୀ ହେବାକୁ ରୋକିବାକୁ ଆବଶ୍ୟକ ଥିଲା । ୟୁରି ଗାଗାରିନ୍ ପ୍ରଥମ ମଣିଷ ଭାବେ ମହାକାଶରେ ପାଦ ଥାପିବାର ୬୧ ତମ ବର୍ଷ ପୂର୍ତ୍ତି ଅବସରରେ ପୁଟନଙ୍କୁ ଏକ ସରକରୀ ଚ୍ୟାନେଲରେ ଦେଖିବାକୁ ମିଳିଥିଲା । ୟୁକ୍ରେନରେ ଋଷ ନିଜର ଲକ୍ଷ୍ୟ ହାସଲ କରିପାରିଛି କି ନାହିଁ ବୋଲି ଗଣମାଧ୍ୟମ ପତିନିଧିଙ୍କ ପ୍ରଶ୍ନରେ ପୁଟିନ୍ କହିଛନ୍ତି ଯେ, ଋଷର ଉଦ୍ଦେଶ୍ୟ ସ୍ପଷ୍ଟ । ବିଜୟ ସୁନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ ।