ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସତାନ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛନ୍ତି । ଯାହାକୁ ପାଶ୍ଚାତ୍ୟ ଦେଶମାନଙ୍କର ‘କାଳ’ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରକୁ ହାଇପରସୋନିକ୍ ବେଗରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହି କ୍ଷେପଣାସ୍ତ୍ରର ଭୟ ଏତେ ଯେ ଆମେରିକା ନିଜର ଗୁପ୍ତଚର ବିମାନରୁ ରୁଷର ଏହି ପରୀକ୍ଷଣ ଉପରେ ତୀକ୍ଷଣ ନଜର ରଖିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ୟୁକ୍ରେନ ସହ ଯୁଦ୍ଧ ଏବଂ ନାଟୋ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ବିଶ୍ୱର ସର୍ବବୃହତ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛି । ଏହି ପରୀକ୍ଷଣ ପରେ ଏହି ଘାତକ ହାଇପରସୋନିକ୍ ଆଣବିକ କ୍ଷେପଣାସ୍ତ୍ର ‘ଯୁଦ୍ଧ ଡ୍ୟୁଟି’ ପାଇଁ ପ୍ରସ୍ତୁତ ହେବ । ଏହି କ୍ଷେପଣାସ୍ତ୍ର ଝଡ଼ ବେଗରେ ଗତି କରେ ଏବଂ ଏହାର ମାରକ ସୀମା ମଧ୍ୟରେ ଆମେରିକା ମଧ୍ୟ ଅଛି ।

ଏହି କ୍ଷେପଣାସ୍ତ୍ରଟି ୧୪ ମହଲା ଉଚ୍ଚ ଏବଂ ଓଜନ ୨୦୮ ଟନ୍ । ଏହି କ୍ଷେପଣାସ୍ତ୍ରକୁ RS-28 ସରମାଟ୍ ମଧ୍ୟ କୁହାଯାଏ । ପୁଟିନଙ୍କ ସେନାର ପ୍ରଥମ ରେଜିମେଣ୍ଟ ଆସନ୍ତା ମାସରୁ ଏହାକୁ ଯୁଦ୍ଧ ଡ୍ୟୁଟିରେ ନିୟୋଜିତ କରିପାରିବ । ଏଥି ସହିତ ଅନେକ ବିଶେଷଜ୍ଞ ଏହାର ସାମର୍ଥ୍ୟ ବିଷୟରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟ ମଧ୍ୟରେ ଖାସ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଉପରେ ନଜର ରଖିବା ପାଇଁ ଆମେରିକା ନିଜର ଗୁପ୍ତଚର ବିମାନକୁ ନିୟୋଜିତ କରିଛି ।
ରୁଷର ସରକାରୀ ସମ୍ବାଦ ଏଜେନ୍ସି ‘ତାସ’ର ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷା ପରେ ମଧ୍ୟ ଆହୁରି ଅଧିକ ସଫଳ ପରୀକ୍ଷା ଆବଶ୍ୟକ ହେବ। ସାଉଥ ପୋଲରୁ ପରୀକ୍ଷା ସହିତ ଏହାକୁ ଆହୁରି ଅନେକବାର ଲଞ୍ଚ କରାଯିବ । ସାଉଥ୍ ପୋଲ୍ ପରୀକ୍ଷଣ କଥାକୁ ରୁଷ ଏଡ଼େଇବାକୁ ଚାହୁଁଛି । ରିପୋର୍ଟ ଅନୁସାରେ ଏହା ତାର ପୂର୍ବ ସଂସ୍କରଣରେ ବିଦ୍ୟମାନ ଅଛି । ଯଦି ରୁଷ ଦକ୍ଷିଣ ପୋଲରୁ ଏହି ଆଣବିକ ବୋମାବାହୀ କ୍ଷେପଣାସ୍ତ୍ର ପରୀକ୍ଷା କରେ, ତେବେ ଏହା ପଶ୍ଚିମ ଦେଶଗୁଡିକ ପାଇଁ ଅତ୍ୟନ୍ତ ଗମ୍ଭୀର ମାମଲା ହେଇପାରେ । ବାସ୍ତବରେ ରୁଷ ଏହି କ୍ଷେପଣାସ୍ତ୍ରକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଏହା ନାଟୋ ଦେଶମାନଙ୍କ ବିରୁଦ୍ଧରେ ଶକ୍ତିଶାଳୀ ଆଣବିକ ଆକ୍ରମଣ କରିପାରିବ ।
ପଶ୍ଚିମ ଦେଶ ପାଇଁ ଯମଦୂତ ସାବ୍ୟସ୍ତ ହେବ ଏହି ମିସାଇଲ
ତେବେ ଖବରକାଗଜ ଦି ସନ ରିପୋର୍ଟ ଅନୁଯାୟୀ ରୁଷ ଭିତରେ ଏହାର କେବଳ ଗୋଟିଏ ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ସୂତ୍ର ରୁଷର ଏଜେନ୍ସି ଟାସକୁ କହିଛି ଯେ ପ୍ରଥମ ସରମାଟ ରେଜିମେଣ୍ଟ ଭିତରେ ଏକ କମାଣ୍ଡ ପୋଷ୍ଟ ଏବଂ ଅନେକ ସିଲୋ ଲଞ୍ଚର ରହିବ । ଏହି ରେଜିମେଣ୍ଟ ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସ ଉଜୁର ମିସାଇଲର ଏକ ଅଂଶବିଶେଷ ହିସାବରେ ଉପଯୋଗ ହେବ । ଏହି ରେଜିମେଣ୍ଟ ସାଇବରିଆରେ ନିୟୋଜିତ ହୋଇଛି । ରୁଷର ଏହି କ୍ଷେପଣାସ୍ତ୍ରକୁ ପଞ୍ଚମ ପିଢିର କ୍ଷେପଣାସ୍ତ୍ର ଭାବରେ ବିବେଚନା କରାଯାଏ କିନ୍ତୁ ଏହା ନିର୍ଦ୍ଧାରିତ ସମୟସୀମା ଠାରୁ ବହୁ ପଛରେ ରହିଛି । ଏହାର ସମସ୍ତ ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଭ୍ଲାଦିମିର ପୁଟିନଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଏ । ଏହି କ୍ଷେପଣାସ୍ତ୍ରର ଏକମାତ୍ର ସଫଳ ପରୀକ୍ଷଣ ଏପ୍ରିଲ୍ ୨୦୨୨ ରେ କରାଯାଇଥିଲା । ସାମ୍ପ୍ରତିକ ସମୟରେ ରୁଷର ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହୋଇଛି । ଏଥିରେ ୟାର୍ସ ଏବଂ ବୁଲାଭା କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ । ସମ୍ବାଦ ସରବରାହ ସଂସ୍ଥା ଟାସ କହିଛି ଯେ ଏହି ସରମାଟ କ୍ଷେପଣାସ୍ତ୍ର କାମଚାଟ୍କା ଅଞ୍ଚଳରେ ପରୀକ୍ଷଣ କରାଯାଉଛି କିନ୍ତୁ ଦିନେ ନା ଦିନେ ପୁଟିନଙ୍କୁ ଦକ୍ଷିଣ ପୋଲରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପଡିବ । ଏହି କ୍ଷେପଣାସ୍ତ୍ର ଦକ୍ଷିଣ କିମ୍ବା ଉତ୍ତର ପୋଲ ଦେଇ ପଶ୍ଚିମ ଦେଶ ଉପରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହାପୂର୍ବରୁ ପୁଟିନ ଦାବି କରିଥିଲେ ଯେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ ହୋଇସାରିଛି ବୋଲି କିନ୍ତୁ ତାଙ୍କ ଦାବିର ବିପରୀତ ଏହା ବର୍ତ୍ତମାନ ଏକ ବର୍ଷ ପଛରେ ଅଛି ।