ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସତାନ-୨ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛନ୍ତି ।  ଯାହାକୁ ପାଶ୍ଚାତ୍ୟ ଦେଶମାନଙ୍କର ‘କାଳ’ ବୋଲି କୁହାଯାଏ । ଏହି କ୍ଷେପଣାସ୍ତ୍ରକୁ ହାଇପରସୋନିକ୍ ବେଗରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି ।  ଏହି କ୍ଷେପଣାସ୍ତ୍ରର ଭୟ ଏତେ ଯେ ଆମେରିକା ନିଜର  ଗୁପ୍ତଚର ବିମାନରୁ ରୁଷର ଏହି ପରୀକ୍ଷଣ ଉପରେ ତୀକ୍ଷଣ ନଜର ରଖିଛି ।

Advertisment

ୟୁକ୍ରେନ ସହ ଯୁଦ୍ଧ ଏବଂ  ନାଟୋ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ବିଶ୍ୱର ସର୍ବବୃହତ କ୍ଷେପଣାସ୍ତ୍ର ସତାନ-୨ ପରୀକ୍ଷା କରିବାକୁ ଯାଉଛି । ଏହି ପରୀକ୍ଷଣ ପରେ ଏହି ଘାତକ ହାଇପରସୋନିକ୍ ଆଣବିକ କ୍ଷେପଣାସ୍ତ୍ର 'ଯୁଦ୍ଧ ଡ୍ୟୁଟି' ପାଇଁ ପ୍ରସ୍ତୁତ ହେବ । ଏହି କ୍ଷେପଣାସ୍ତ୍ର ଝଡ଼ ବେଗରେ ଗତି କରେ ଏବଂ ଏହାର ମାରକ ସୀମା ମଧ୍ୟରେ ଆମେରିକା ମଧ୍ୟ ଅଛି ।

publive-image ସତାନ-୨ ମିସାଇଲ

ଏହି କ୍ଷେପଣାସ୍ତ୍ରଟି ୧୪ ମହଲା ଉଚ୍ଚ ଏବଂ ଓଜନ ୨୦୮  ଟନ୍ ।  ଏହି କ୍ଷେପଣାସ୍ତ୍ରକୁ RS-28 ସରମାଟ୍ ମଧ୍ୟ କୁହାଯାଏ । ପୁଟିନଙ୍କ ସେନାର ପ୍ରଥମ ରେଜିମେଣ୍ଟ ଆସନ୍ତା ମାସରୁ ଏହାକୁ ଯୁଦ୍ଧ ଡ୍ୟୁଟିରେ ନିୟୋଜିତ କରିପାରିବ । ଏଥି ସହିତ ଅନେକ ବିଶେଷଜ୍ଞ ଏହାର ସାମର୍ଥ୍ୟ ବିଷୟରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟ ମଧ୍ୟରେ ଖାସ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଉପରେ ନଜର ରଖିବା ପାଇଁ ଆମେରିକା ନିଜର ଗୁପ୍ତଚର ବିମାନକୁ ନିୟୋଜିତ କରିଛି ।

ରୁଷର ସରକାରୀ ସମ୍ବାଦ ଏଜେନ୍ସି ‘ତାସ’ର ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷା ପରେ ମଧ୍ୟ ଆହୁରି ଅଧିକ ସଫଳ ପରୀକ୍ଷା ଆବଶ୍ୟକ ହେବ। ସାଉଥ ପୋଲରୁ ପରୀକ୍ଷା ସହିତ ଏହାକୁ  ଆହୁରି ଅନେକବାର ଲଞ୍ଚ କରାଯିବ । ସାଉଥ୍ ପୋଲ୍ ପରୀକ୍ଷଣ କଥାକୁ ରୁଷ ଏଡ଼େଇବାକୁ ଚାହୁଁଛି । ରିପୋର୍ଟ ଅନୁସାରେ ଏହା ତାର ପୂର୍ବ ସଂସ୍କରଣରେ ବିଦ୍ୟମାନ ଅଛି ।  ଯଦି ରୁଷ ଦକ୍ଷିଣ ପୋଲରୁ ଏହି ଆଣବିକ ବୋମାବାହୀ କ୍ଷେପଣାସ୍ତ୍ର ପରୀକ୍ଷା କରେ, ତେବେ ଏହା ପଶ୍ଚିମ ଦେଶଗୁଡିକ ପାଇଁ ଅତ୍ୟନ୍ତ ଗମ୍ଭୀର ମାମଲା ହେଇପାରେ । ବାସ୍ତବରେ ରୁଷ ଏହି କ୍ଷେପଣାସ୍ତ୍ରକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଏହା ନାଟୋ ଦେଶମାନଙ୍କ  ବିରୁଦ୍ଧରେ ଶକ୍ତିଶାଳୀ ଆଣବିକ ଆକ୍ରମଣ କରିପାରିବ ।

ପଶ୍ଚିମ ଦେଶ ପାଇଁ ଯମଦୂତ ସାବ୍ୟସ୍ତ ହେବ ଏହି ମିସାଇଲ

ତେବେ ଖବରକାଗଜ ଦି ସନ ରିପୋର୍ଟ ଅନୁଯାୟୀ ରୁଷ ଭିତରେ ଏହାର କେବଳ ଗୋଟିଏ ସଫଳ ପରୀକ୍ଷଣ  କରାଯାଇଛି । ପ୍ରତିରକ୍ଷା ସୂତ୍ର ରୁଷର ଏଜେନ୍ସି ଟାସକୁ କହିଛି ଯେ ପ୍ରଥମ ସରମାଟ ରେଜିମେଣ୍ଟ ଭିତରେ ଏକ କମାଣ୍ଡ ପୋଷ୍ଟ ଏବଂ ଅନେକ ସିଲୋ ଲଞ୍ଚର ରହିବ । ଏହି ରେଜିମେଣ୍ଟ ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସ ଉଜୁର ମିସାଇଲର ଏକ ଅଂଶବିଶେଷ ହିସାବରେ ଉପଯୋଗ ହେବ ।  ଏହି ରେଜିମେଣ୍ଟ ସାଇବରିଆରେ ନିୟୋଜିତ ହୋଇଛି । ରୁଷର ଏହି କ୍ଷେପଣାସ୍ତ୍ରକୁ ପଞ୍ଚମ ପିଢିର କ୍ଷେପଣାସ୍ତ୍ର  ଭାବରେ ବିବେଚନା କରାଯାଏ କିନ୍ତୁ ଏହା ନିର୍ଦ୍ଧାରିତ ସମୟସୀମା ଠାରୁ ବହୁ ପଛରେ ରହିଛି । ଏହାର ସମସ୍ତ ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଭ୍ଲାଦିମିର ପୁଟିନଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଏ । ଏହି କ୍ଷେପଣାସ୍ତ୍ରର ଏକମାତ୍ର ସଫଳ ପରୀକ୍ଷଣ ଏପ୍ରିଲ୍ ୨୦୨୨ ରେ କରାଯାଇଥିଲା । ସାମ୍ପ୍ରତିକ ସମୟରେ ରୁଷର  ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହୋଇଛି । ଏଥିରେ ୟାର୍ସ ଏବଂ ବୁଲାଭା କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ । ସମ୍ବାଦ ସରବରାହ ସଂସ୍ଥା ଟାସ କହିଛି ଯେ ଏହି ସରମାଟ କ୍ଷେପଣାସ୍ତ୍ର କାମଚାଟ୍କା ଅଞ୍ଚଳରେ ପରୀକ୍ଷଣ କରାଯାଉଛି କିନ୍ତୁ ଦିନେ ନା ଦିନେ ପୁଟିନଙ୍କୁ ଦକ୍ଷିଣ ପୋଲରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପଡିବ । ଏହି କ୍ଷେପଣାସ୍ତ୍ର ଦକ୍ଷିଣ କିମ୍ବା ଉତ୍ତର ପୋଲ ଦେଇ ପଶ୍ଚିମ ଦେଶ ଉପରେ ଆକ୍ରମଣ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହାପୂର୍ବରୁ ପୁଟିନ ଦାବି କରିଥିଲେ ଯେ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ ହୋଇସାରିଛି ବୋଲି କିନ୍ତୁ ତାଙ୍କ  ଦାବିର ବିପରୀତ ଏହା ବର୍ତ୍ତମାନ ଏକ ବର୍ଷ ପଛରେ ଅଛି ।