କନକ ବ୍ୟୁରୋ : ଉଜବେକିସ୍ତାନରେ ଏସସିଓ ବୈଠକ ଅବସରରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକାଠୀ ଆଲୋଚନା କରିଛନ୍ତି । ବୈଠକରେ ମୋଦୀ ପୁଟିନଙ୍କୁ ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ । ବିଶ୍ୱା ସାମ୍ନା କରୁଥିବା ସଙ୍କଟର ସମାଧାନ ପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ମୋଦୀ କହିଥିଲେ ।

Advertisment

ବିଶ୍ୱ ସାମ୍ନା କରୁଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟର ମୁକାବିଲା ପାଇଁ ଦୁଇ ଦେଶ ଏକାଠୀ କାର୍ଯ୍ୟ କରିବାକୁ ମୋଦୀ ପରାମର୍ଶ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ଏବଂ ବାଣିଜ୍ୟିକ କାରବାର ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ଏବଂ ଆଗାମୀ ଅନେକ ଦଶନ୍ଧୀ ଧରି ଏହି ସମ୍ପର୍କ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଭାରତର ଚିନ୍ତା ନେଇ ସେ ଅବଗତ ଅଛନ୍ତି । ତେଣୁ ମୋଦୀଙ୍କୁ ଆଗାମୀ ସ୍ଥିତି ନେଇ ଅବଗତ କରାଇବେ ବୋଲି ସେ କହିଛନ୍ତି । ଏଥିସହ ପୁଟିନ୍ ମୋଦୀଙ୍କୁ ଜନ୍ମଦିନର ସୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଭାରତ ପ୍ରଗତି ସେ ଚାହୁଁଛନ୍ତି ବୋଲି କହିଛନ୍ତି ।