ନାଟୋ ଦେଶ ଉପରେ ଋଷର ପ୍ରତିଶୋଧ! ଦୁଇ ଦେଶକୁ ଗ୍ୟାସ ସପ୍ଲାଏ ବନ୍ଦ ।

Advertisment
ନାଟୋ ଦେଶ ଉପରେ ଋଷର ପ୍ରତିଶୋଧ! ଦୁଇ ଦେଶକୁ ଗ୍ୟାସ ସପ୍ଲାଏ ବନ୍ଦ ।

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଖୋଲିଖୋଲି ସାହାଯ୍ୟ କରୁଥିବା ଦେଶ ଗୁଡିକ ଉପରେ ଭାରି ପଡିଲାଣି ଋଷ । ଯେଉଁ ଦେଶମାନେ ୟୁକ୍ରେନକୁ ସହାୟତା ଦେବାକୁ କହୁଥିଲେ ସେସବୁ ନାଟୋ ଦେଶ ମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରିଛି ଋଷ । ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତୈଳ ରପ୍ତାନି ବନ୍ଦ କରିଦେଇଛି ଋଷ । ଯୁଦ୍ଧ ଆରମ୍ଭ ହେବା ପରେ ଏହି ଦେଶ ଗୁଡିକ ତୈଳ ବା ଗ୍ୟାସ ପାଇଁ ଋଷ ମୁଦ୍ରା ରୁବେଲ ହିସାବରେ ଦାମ ଦେବାକୁ କହିଥିଲେ ବି ଏହାକୁ ଅନ୍ୟ ରାଷ୍ଟ୍ରମାନେ ଗ୍ରହଣ କରିନଥିଲେ । ଫଳରେ ଏହାର ଉତ୍ତରରେ ଏବେ ଏହି ଦେଶ ମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରିଛି ଋଷ ।

କହିରଖୁଁ କି ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପୋଲାଣ୍ଡ ଆରମ୍ଭରୁ ହିଁ ୟୁକ୍ରେନକୁ ସହଯୋଗ କରିଆସିଛି । ଯୁଦ୍ଧ ଲଢିବାକୁ ମଧ୍ୟ ୟେୁକ୍ରେନକୁ ଅସ୍ତ୍ର ଯୋଗାଇଛି । ଏହି ସପ୍ତାହରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ମଧ୍ୟ କହିଥିଲେ ପୋଲାଣ୍ଡ ସରକାର । ଏହାକୁ ନେଇ ଏବେ ତାତି ଉଠିଛି ଋଷ । ଏହାବ୍ୟତୀତ ଯୁଦ୍ଧ ପରେ ସମସ୍ତ ୟୁରୋପୀୟ ରାଷ୍ଟ୍ର ପଖାପାଖି ୬୦ ପ୍ରତିଶତ ଦେୟ ୟୁରୋ କିମ୍ବା ଡଲାରରେ କରୁଥିଲେ ବି ଏହାକୁ ରୁବେଲରେ କରିବକୁ କହିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ହେଲେ ଏହା ପୂର୍ବ ନିର୍ଦ୍ଧାରିତ ସର୍ତ୍ତକୁ ଉଲଂଘନ ବୋଲି କହିଛନ୍ତି ୟୁରୋପୀୟ ରାଷ୍ଟ୍ର । ତେଣୁ ରୁବେଲ ଜରିଆରେ ଋଷର କୌଣସି ରପ୍ତାନୀର ଦେୟ କରିବେ ନାହିଁ ବୋଲି ୟୁରୋପୀୟ ରାଷ୍ଟ୍ରମାନେ ସ୍ପଷ୍ଟ କରିଛନ୍ତି । ତେଣୁ ପୁଟିନ୍ ପଡୋଶୀ ରାଷ୍ଟ୍ରମାନଙ୍କୁ ତୈଳ ଏବଂ ଗ୍ୟାସରପ୍ତାନୀ ବନ୍ଦ କରିଦେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe