କନକ ବ୍ୟୁରୋ: ଋଷ ଓ ଭାରତର ବନ୍ଧୁତା ଭିତରେ ସାରା ଦୁନିଆ ଜାଣେ । କିନ୍ତୁ ଏକଥା କମ ଲୋକ ଜାଣିଥିବେ କି ମୋଦୀଙ୍କ ଜଣେ ବଡ ପ୍ରଶଂସକ ହେଉଛନ୍ତି ୠଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ସହ ଯୁଦ୍ଧ ଏବଂ ଆମେରିକା ସହ ବିବାଦ ଭିତରେ ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପୁଟିନ । ଖାସ୍ କରି ମୋଦୀଙ୍କ ବିଦେଶ ନୀତିଙ୍କୁ ପ୍ରଶଂସା କରିଛନ୍ତି ପୁଟିନ ।
- ପୁଟିନଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
- ମୋଦୀଙ୍କ ବିଦେଶ ନୀତିର ପ୍ରଶଂସା କଲେ ପୁଟିନ
- କହିଲେ ମୋଦୀ ହେଉଛନ୍ତି ଜଣେ ପ୍ରକୃତ ଦେଶଭକ୍ତ
ଅନେକ ବାର ଋଷର ରାଷ୍ଟ୍ରପତି ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । କିନ୍ତୁ ୠଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନ ମୋଦୀଙ୍କ ପ୍ରଶଂସା କରିବା ଘଟଣା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ମସ୍କୋର ଆୟୋଜିତ ଏକ କାର୍ଯକ୍ରମରେ ପୁଟିନ କହିଛନ୍ତି କି, ନରେନ୍ଦ୍ର ମୋଦୀ ଏମିତି ଜଣେ ରାଷ୍ଟ୍ରନେତା, ଯିଏ ସ୍ୱତନ୍ତ୍ର ବିଦେଶ ନୀତି ଲାଗୁ କରିବାରେ ସବୁଠୁ ଅଧିକ ସକ୍ଷମ । ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସ୍ୱତନ୍ତ୍ର ବିଦେଶ ନୀତି ରହିଛି । ନିଜ ଦେଶବାସୀଙ୍କୁ ହିତକୁ ନେଇ ଚିନ୍ତା କରନ୍ତି ଏବଂ ପଦକ୍ଷେପ ଗ୍ରହଣ କରନ୍ତି । ଯୁଦ୍ଧ ଭିତରେ ଭାରତ ଓ ଋଷ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଅନେକ ଦେଶ ଚେଷ୍ଟା କରିଥିଲେ କିନ୍ତୁ ମୋଦୀ ନିଜର ମଜବୁତ ସିଦ୍ଧାନ୍ତ ଓ ନିଷ୍ପତ୍ତି ସହ ରୁଷ ସହ ସମସ୍ତ ପରିସ୍ଥିତିରେ ଛିଡା ହୋଇଛନ୍ତି । ଯୁଦ୍ଧ ଭିତରେ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ଚେଷ୍ଟା କରିଥିଲେ ସୁଦ୍ଧା ଭାରତ ନନେଇ ଋଷ ସହ ସଚ୍ଚୋଟତାର ସହ ବନ୍ଧୁତା ପାଳୁଛି ।
ଏଥସହ ଭାରତର ମେକ ଇନ ଇଣ୍ଡିଆକୁ ମଧ୍ୟ ପୁଟିନ ଭୁରି ଭୁରି ପ୍ରଶଂସା କରିଛନ୍ତି । ମୋଦୀ ସରକାରଙ୍କ ଶାସନ ସମୟରେ ଭାରତ ବିକାଶ ପଥରେ ଆଗେଇଛି । ମେକ ଇନ ଇଣ୍ଡିଆ ଏକ ଐତିହାସିକ ପ୍ରଗତି । ମୋଦି ସରକାରଙ୍କ ଆର୍ଥିକ ଓ ନୈତିକ ବିଚାର ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ବେଶ ସହାୟକ ହେବ । ୟୁକ୍ରେନ ସହ ଯୁଦ୍ଧ ଏବଂ ଆମେରିକା ସହ ବିବାଦ ଭିତରେ ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ପୁଟିନ । ଯେଉଁଭଳି ଅନ୍ଦାଜରେ ମୋଦୀଙ୍କ ପ୍ରଶଂସା ପୁଟିନ କରିଛନ୍ତି ଏହାକୁ ଅନ୍ୟ ରାଷ୍ଟ୍ରନେତା ମାନେ କିଭଳି ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
Follow Us