କନକ ବ୍ୟୁରୋ : ୟୁକ୍ରେନ୍ ସଂକଟ ବଢିବାରେ ଲାଗିଛି । ୟୁକ୍ରେନକୁ ପଠାଗଲା ରୁଷ ସେନା । ୟୁକ୍ରେନର ଦୁଇଟି ଅଂଚଳ ଲୁହାନସ୍କ ଓ ଡୋନେକ୍ସକୁ ଦେଶର ମାନ୍ୟତା ମିଳିଛି । ଏହା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଏହି ଦୁଇ ଅଂଚଳକୁ ସେନା ପଠାଇବା ପାଇଁ ଆଦେଶ ଦେଇଛନ୍ତି । ଏବେ ଋଷ ସେନା ଏହି ଦୁଇ ଅଂଚଳକୁ ଯିବେ । ପୂର୍ବରୁ ଏହି ଅଂଚଳରେ ୟୁକ୍ରେନ୍ ବିରୋଧୀ ଓ ସମର୍ଥକ ଉପସ୍ଥିତ ରହିଛନ୍ତି । ଏପଟେ ଦୁଇ ଦେଶର ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

Advertisment

ମାଡ଼ି ଆସୁଛି ଯୁଦ୍ଧର ଭୟ : -

- ଲୁହାନସ୍କ , ଡୋନେଟସ୍କକୁ ମିଳିଛି ସ୍ୱତନ୍ତ୍ର ଦେଶର ମାନ୍ୟତା
- ୨୦୧୪ରେ ଦୁଇ ଅଂଚଳ ୟୁକ୍ରେନ୍ ସରକାର ନିୟନ୍ତ୍ରଣରୁ ଅଲଗା ହୋଇଥିଲା
- ନିଜକୁ ସ୍ୱତନ୍ତ୍ର ଲୋକଙ୍କ ଗଣରାଜ୍ୟ ଭାବେ ଘୋଷଣା କରାଯାଇଥିଲା
- ଦୁଇ ଅଂଚଳକୁ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଦେଶର ମାନ୍ୟତା ମିଳିନଥିଲା
- ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ସେନା ପଠାଇଲା ଋଷ
- ସେନା ପଠାଇବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ
- ୟୁକ୍ରେନର ଏହି ଦୁଇ ଅଂଚଳରେ ସେନା କ୍ୟାମ୍ପ ନିର୍ମାଣ କରିବ ଋଷ
- ଦୁଇ ଅଂଚଳରେ ସେନା କ୍ୟାମ୍ପ ବସାଇବାକୁ ଚୁକ୍ତି ହୋଇଛି
- ସେନା କ୍ୟାମ୍ପ ନେଇ ଋଷ ସହ ୟୁକ୍ରେନ୍ ବିରୋଧୀ ଗୋଷ୍ଠୀର ଚୁକ୍ତି
- ଋଷ ସମର୍ଥିତ ବିରୋଧୀ ଗୋଷ୍ଠୀ ଓ ୟୁକ୍ରେନ୍ ମଧ୍ୟରେ ମିନ୍ସ ପିସ୍ ବୁଝାମଣା ହୋଇଥିଲା
- ୨୦୧୪-୧୫ରେ ମିନ୍ସ ପିସ୍ ବୁଝାମଣା ହୋଇଥିଲା
- ବୁଝାମଣାକୁ ୟୁକ୍ରେନ୍, ଋଷ ସହ ଫ୍ରାନ୍ସ ଓ ଜର୍ମାନୀ କରିଥିଲେ ସମର୍ଥନ
- ୟୁକ୍ରେନ୍ ସଂକଟ ନେଇ ଫ୍ରାନ୍ସ, ଜର୍ମାନୀ ଓ ଆମେରିକାର କଡା ଆଭିମୁଖ୍ୟ
- ପୁଟିନଙ୍କ ପଦକ୍ଷେପ ଦ୍ୱାରା ମିନ୍ସ ପିସ୍ ବୁଝାମଣା ଭଙ୍ଗ ହୋଇଛି
- ରାଷ୍ଟ୍ରପତି ପୁତିନଙ୍କ ଏପରି ପଦକ୍ଷେପର ଜବାବ ଦିଆଯିବ

ଶାନ୍ତି ବଜାୟ ପାଇଁ ଭାରତର ଆହ୍ୱାନ : -

- ୟୁକ୍ରେନ୍ ସଙ୍କଟ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ
- ବୈଠକରେ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛି ଭାରତ
- ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ
- ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା
- ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ରହିଛନ୍ତି
- ୟୁକ୍ରେନର ବିଭିନ୍ନ ଅଂଚଳ ଓ ସୀମାବର୍ତ୍ତୀ ଅଂଚଳରେ ରହୁଛନ୍ତି
- ସୈନ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ନହେବା ଜରୁରୀ ବୋଲି କହିଛି ଭାରତ
- ୟୁକ୍ରେନରୁ ଭରତୀୟଙ୍କୁ ଆଣିବା ଆରମ୍ଭ ହୋଇଛି ପ୍ରକ୍ରିୟା
- ୟୁକ୍ରେନରୁ ୪ଟି ବିମାନ ଦ୍ୱାରା ଭାରତୀୟଙ୍କୁ ଅଣାଯିବ
- ଫେବ୍ରୁଆରୀ ୨୫, ୨୭ ଓ ମାର୍ଚ୍ଚ ୬ରେ ଭାରତୀୟଙ୍କୁ ଅଣାଯିବ
- ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ