କନକ ବ୍ୟୁରୋ : କେବଳ ବିଜେପି କି ବିଜେପିକୁ ସମର୍ଥନ କରୁଥିବା ଜନତା ମୋଦୀ ଗ୍ୟାରେଟିଂ କଥା ଉପରେ ବିଶ୍ୱାସ ପ୍ରକଟ କରୁନାହାଁନ୍ତି ବଂର ରୁଷ ରାଷ୍ଟ୍ରପତି ମଧ୍ୟ ଏକଥା ମାନିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମୋଦୀ ଗ୍ୟାରେଂଟି କଥା ଉପରେ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ମୋଦୀଙ୍କ ବିଦେଶ ନୀତି ଗ୍ୟାରେଂଟିରେ ଦୁଇ ଦେଶ ମଧ୍ୟରେ ମଜବୁତ ସର୍ମ୍ପକ ତିଆରି ହୋଇପାରିଛି ଭାରତୀୟଙ୍କ ସ୍ୱାର୍ଥ ରକ୍ଷା କରିବାରେ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ ଓ ତାଙ୍କ ବିଦେଶ ନୀତି ଦେଶକୁ ବିକାଶ ପଥରେ ଆଗେଇ ନେଉଛି । ଭାରତୀୟଙ୍କ ହିତ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀଙ୍କୁ କେହି ଭୟଭୀତ, କରିପାରିବେନି ।