କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ । ବୈଠକରେ ପୂର୍ବ ୟୁକ୍ରେନରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ପୁଟିନ ରାଜି ହୋଇଥିବା ସୂଚନା ରହିଛି । ଅର୍ଥାତ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ନେଇ ଯେଉଁ ସମ୍ଭାବନା ଥିଲା ସେଥିରେ ଏବେ ବିରାମ ଲାଗିବ ବୋଲି ଅନ୍ତର୍ଜାତୀୟ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି ।
ମାକ୍ରନଙ୍କ ଅଫିସ ଏକ ବିବୃତି ଜାରି କରି କହିଛି, ଦୁଇ ଦେଶର ପ୍ରମୁଖ ନେତା ୧୦୫ ମିନିଟ ଫୋନରେ କଥା ହୋଇଥିଲେ । ଏବେର ପରିସ୍ଥିତିର ସମାଧାନ ପାଇଁ କୂଟନୀତି ଉପରେ ଜୋର ଦେଇଛନ୍ତି ପୁଟିନ୍ । ତେଣୁ ଖୁବଶୀଘ୍ର ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଏବଂ ରୁଷର ବୈଦେଶିକ ମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧଭ୍ୟାସ ଉପରେ ରୋକ୍ ଲଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2-42.jpg)