କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ଋଷର ବିରୋଧୀଦଳ ନେତା ଏଲେକ୍ସି ନବଲନୀଙ୍କର ମୃତ୍ୟୁ ହୋଇଛି । ଏନେଇ ୟମାଲୋ-ନେନେଟସ ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଜେଲରେ ଏଲେକ୍ସି ସଜା କାଟୁଥିଲେ । ହେଲେ ଜେଲ ଅଧିକାରୀ ତାଙ୍କ ୱେବସାଇଟ ମାଧ୍ୟମରେ ସୂଚନା ଦେଇଛନ୍ତି କି, ଶୁକ୍ରବାର ଦିନ ଏଲେକ୍ସି ବୁଲାବୁଲି କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହାପରେ ମେଡିକାଲ ଷ୍ଟାଫଙ୍କୁ ଡାକି ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।

Advertisment

ଋଷର ସବୁଠାରୁ ପ୍ରମୁଖ ବିରୋଧୀଦଳ ନେତା ତଥା ରାଷ୍ଟ୍ରପତି ପୁଟିନଙ୍କ ବଡ ସମାଲୋଚକ ଏଲେକ୍ସିଙ୍କୁ ଗତବର୍ଷ ଅଗଷ୍ଟ ମାସରେ ଋଷର ଏକ କୋର୍ଟ ୧୯ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ତାଙ୍କର ମୃତ୍ୟୁକୁ ନେଇ କ୍ରେମଲିନ ଦାବି କରିଛନ୍ତି ଯେ ନବଲୀନଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ଏନେଇ ଜେଲ ତରଫରୁ ଯାଂଚ ଆରମ୍ଭ ହୋଇଛି   । ସେପଟେ ଏକ ଋଷ ଖବରକାଗଜର ସଂପାଦକ ତଥା ନୋବେଲ ଶାନ୍ତି ବିଜେତା ଦିମିତ୍ରୀ ମୁରାଟେବ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏଲେକ୍ସିଙ୍କ ମୃତ୍ୟୁ ସାଧାରଣ ନୁହେଁ ବରଂ ଏହା ଏକ ପ୍ରାୟୋଜିତ ହତ୍ୟା ।

ସୂଚନା ଥାଉକି ଏଲେକ୍ସି ଜଣେ ଚରମପନ୍ଥୀ ଅଭିଯୋଗରେ ଗିରଫ ହୋଇଥିଲେ । ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ୧୯ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ସବୁଠାରୁ ବଡ କଥା ହେଉଛି ଯେଉଁ ଜେଲରେ ଏଲେକ୍ସିଙ୍କୁ ରଖାଯାଇଥିଲା ସେହି ଜେଲର ସ୍ଥିତି ସର୍ବାଧିକ ଗମ୍ଭୀର ବୋଲି କୁହାଯାଏ ।