କନକ ବ୍ୟୁରୋ: ସ୍ୱିଡେନରେ ଈଦ୍ ଅବସରରେ ପବିତ୍ର ଗ୍ରନ୍ଥ କୋରାନକୁ ପୋଡିଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । କହିଛନ୍ତି ଯଦି ଆମ ଦେଶରେ ଏଭଳି ଘଟଣା ଘଟିଥାନ୍ତା, ତେବେ ଏହାକୁ କେବେବି ବରଦାସ୍ତ କରାଯାଇନଥାନ୍ତା ।

Advertisment

publive-image

ଋଷର ମୁସଲିମ ବହୁଳ ପ୍ରାନ୍ତ ଦାଗିସ୍ତାନର ମସଜିଦରେ ପହଞ୍ଚିଥିଲେ ପୁତିନ୍ । ନିଜ ଦେଶରେ ମୁସଲିମଙ୍କ ସୁରକ୍ଷା ନେଇ ସୁନିଶ୍ଚିତ କରିବା ସହ କହିଥିଲେ ଯେ, ଅନେକ ରାଷ୍ଟ୍ର ଅଛନ୍ତି ଯେଉଁଠାରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରକୁ ଅତି ସାମାନ୍ୟ ଭାବେ ଗ୍ରହଣ କରାଯାଉଛି । କିନ୍ତୁ ଋଷରେ ଏହା ଦଣ୍ଡଦୀୟ ଅପରାଧ । ଜାଣିଶୁଣି କୌଣସି ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଋଷରେ ଅପରାଧିକ ସଂହିତାର ଅନୁଚ୍ଛେଦ ୨୮୨ଅନୁସାରେ ଘୋର ଅପରାଧ । କାରଣ ଏହା ରାଷ୍ଟ୍ର ଭିତରେ ଘୃଣା ଓ ଦଙ୍ଗାକୁ ସୃଷ୍ଟି କରିଥାଏ । ତେଣୁ ପ୍ରତି ଦେଶ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି କହିଛନ୍ତି ପୁତିନ୍ ।