କନକ ବ୍ୟୁରୋ : ୟୁକ୍ରେନର ଲିଭିଭ୍ ଏବଂ ମାରିୟପୋଲ ଉପରେ ଋଷ ସେନାର ଆକ୍ରମଣ ଜାରି ରହିଛି । ଏବେ ୟୁକ୍ରେନର ତେଲ ଏବଂ ଖାଦ୍ୟ ଭଣ୍ଡାର ଉପରେ ଆକ୍ରମଣ କରି ୟୁକ୍ରେନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ଋଷ । ଅନ୍ୟପଟେ ଦୁଇ ଦେଶର ଯୁଦ୍ଧ ମଧ୍ୟରେ ବଢିଛି ବୟାନବାଜି ।

Advertisment

ପୋଲାଣ୍ଡ ଗସ୍ତରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବୁଚର ବା କଂସେଇ ବୋଲି କହିଛନ୍ତି । ଜଣେ କଂସେଇ କେବେ କ୍ଷମତାରେ ରହିପାରିବ ନାହିଁ । ବାଇଡେନଙ୍କ ଏପରି ବୟାନକୁ ନେଇ ବଢିଛି ବିବାଦ । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହାକୁ ନେଇ ଆପତି ଉଠାଇଛନ୍ତି, ଏପରି ବୟାନବାଜି କଲେ ଯୁଦ୍ଧ ଟଳିବ ନାହିଁ । ସେହିପରି ବାଇଡେନଙ୍କ ଏପରିିି ବୟାନକୁ ନେଇ ଆପତି ଉଠାଇଛି କ୍ରେମଲିନ୍ । ରୁଷରେ କିଏ କ୍ଷମତାରେ ରହିବ ତାହା ଆମେରିକା ଲୋକ କିମ୍ବା ଆମେରିକା ରାଷ୍ଟ୍ରପତି ନିଷ୍ପତି ନେବେନି । ଏପରି ବୟାନ ଦୁଇ ଦେଶର ସଂପର୍କ ମଧ୍ୟରେ ଥିବା ଦୂରତାକୁ ବଢାଇ ଦେବ ।

ପୁଟିନଙ୍କୁ ହତ୍ୟା କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବାଇଡେନଙ୍କ ଏପରି ବୟାନ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେରିକାର ବୈଦେଶିକ ମନ୍ତ୍ରୀ କ୍ଲିନଟନ କିନ୍ତୁ କହିଛନ୍ତି, ଆମେରିକାର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ । କିଏ ରୁଷର ନେତୃତ୍ୱ ନେବ ତାହା ରୁଷ ଲୋକ ନିଷ୍ପତି ନେବେ । ରୁଷ ସେନା ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ତେଲୋ ଡିପୋ ଏବଂ ଖାଦ୍ୟ ଭଣ୍ଡାର ଉପରେ ରୁଷ ସେନା ରକେଟ ମାଡ କରି ସ୍ଥିତିକୁ ଆହୁରି ଜଟିଳ କରି ଦେଇଛନ୍ତି । ସେପଟେ ୟୁକ୍ରେନ ଦାବି କରିଛି, ରୁଷ ୟୁକ୍ରେନକୁ ବିଭାଜନ କରିବାକୁ ଚାହୁଁଛି । ତେଣୁ ମୁକାବିଲା ପାଇଁ ଅଧିକ ସେନା ଆବଶ୍ୟକ ବୋଲି ୟୁକ୍ରେନ କହିଛି । ଅନ୍ୟପଟେ ୟୁକ୍ରେନର ଗୁଇନ୍ଦା ମୁଖ୍ୟ କହିଛନ୍ତି ଆବଶ୍ୟକ ପଡିଲେ ହୋଇପାରେ ଗରିଲା ଯୁଦ୍ଧ ।