କନକ ବ୍ୟୁରୋ: ଦେଶ ଏବଂ ସରକାର ବିରୋଧରେ ବିଦ୍ରୋହ କରିଥିବା ୱାଗନର ପାରାମିଲିଟାରୀ ଗ୍ରୁପକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଦ୍ରୋହର ୪ଦିନ ପରେ ପୁଟିନ୍ ସାମ୍ନାକୁ ଆସିଛନ୍ତି । ଆଉ ଦେଶବାସୀଙ୍କୁ ଉଦବୋଧନ ଦେଇ ପୁଟିନ୍ କହିଛନ୍ତି, ରକ୍ତପାତକୁ ଏଡ଼ାଇବାକୁ ଯାଇ ସେ ୱାଗନର ଗ୍ରୁପର ବିଦ୍ରୋହୀଙ୍କୁ ଯିବାକୁ ଦେଇଥିଲେ ।

Advertisment

ଏଥିସହ ବିଦ୍ରୋହ କରିଥିବା ୱାଗନର ଗ୍ରୁପର ଯବାନଙ୍କ ପାଇଁ ୩ ଟି ସର୍ତ ରଖିଛନ୍ତି ।
ୱାଗନର ଗ୍ରୁପର ଯବାନଙ୍କୁ ଋଷିଆ ଆର୍ମିରେ ଯୋଗଦେବାକୁ କହିଛନ୍ତି ପୁଟିନ୍
ନଚେତ୍ ଦେଶ ଛାଡି ବେଲାଋଷ ପଳାଇବାକୁ କହିଛନ୍ତି ଋଷ ରାଷ୍ଟ୍ରପତି
ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ୱେବଗିନ୍ ପ୍ରୋଗଜିନଙ୍କ ଭାଗ୍ୟ ଉପରେ କୌଣସି ମନ୍ତବ୍ୟ ନଦିଅନ୍ତୁ ଋଷକୁ ଭାଗ କରିବା ଏବଂ ତାଙ୍କ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରିଥିବା ୱାଗନର ଗ୍ରୁପ ପ୍ରତି ଆଉ କୌଣସି ବିପଦ ନଥିବା କହିଛନ୍ତି ପୁଟିନ୍ ।

ୟୁକ୍ରେନ୍ ସହ ଯୁଦ୍ଧରେ, ବିମାନ ଉଡାଇବା ସହ ଆଗ ଧାଡିରେ ଥିବା ୱାଗନର ଗ୍ରୁପ କାହିଁକି ଋଷ ଏବଂ ପୁଟିନଙ୍କ ବିରୋଧରେ ବିଦ୍ରୋହୀ ସାଜିଲେ ତାର କାରଣ ନେଇ ଏବେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହାରି ଭିତରେ ୱାଗନର ଗ୍ରୁପ୍ ମୁଖ୍ୟ ୱେବଗିନ୍ ପ୍ରୋଗଜିନ ଋଷ ଉପରେ ଆକ୍ରମଣ ଅବା ବିଭାଜନ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ୱେବଗିନ୍ କହିଛନ୍ତି, ୱାଗନର ଗ୍ରୁପ ଉପରେ ଆକ୍ରମଣରେ ତାଙ୍କର ୩୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ବିରୋଧ କରି ସେମାନେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଋଷର ବିଶାଳ ଅତ୍ୟାଧୁନିକ ସେନା ଆଗରେ ବେଶୀ ସମୟ ତିଷ୍ଠି ନପାରି ପଛଘୁଂଚା ଦେଇଥିଲେ । ସେପଟେ ପୁଟିନ୍ କହିଛନ୍ତି, ୱେବଗିନ୍ ପ୍ରୋଗଜିନ୍, ଶତ୍ରୁ ଦେଶ ୟୁକ୍ରେନ୍ ସହ ହାତ ମିଶାଇ ଋଷକୁ ବିଭାଜନ କରିବାକୁ ଷଡଯନ୍ତ୍ର କରିଥିଲେ । ତାଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ।