କନକ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଯାଇଛି ଋଷ-ୟୁକ୍ରେନ୍ ବିବାଦ । ସେନା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହିତ ବ୍ଲାଦିମିର୍ ପୁଟିନ୍ କହିଛନ୍ତି, ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ କେହିବି ଟାଳି ପାରିବେ ନାହିଁ । ଯଦି ୟୁକ୍ରେନ୍ ନମାନେ ତେବେ ଯୁଦ୍ଧ ହେବ । ଏହି ଘଟଣାରେ ଯିଏ ବି ହସ୍ତକ୍ଷେପ କରିବ ତାର ପରିଣାମ ଭୟଙ୍କର ହେବ । ତେଣୁ ଋଷ-ୟୁକ୍ରେନ୍ ବିବାଦ ମଧ୍ୟରେ କାହି ବି ହସ୍ତକ୍ଷେପ ନକରିବା ଭଲ ହେବ ।
ଅନ୍ୟପଟେ ୟୁକ୍ରେନକୁ ଆତ୍ମ ସମର୍ପଣ କରିବା ପାଇଁ ଆହ୍ୱାନ କରିଛି ଋଷ । ଋଷ କହିଛି, ୟୁକ୍ରେନ୍ ଉପରେ କବଜା କରିବା ମୋର ଉଦେଶ୍ୟ ନାହିଁ । କିନ୍ତୁ ଯଦି ୟୁକ୍ରେନ୍ ଆତ୍ମ ସମର୍ପଣ ନକରେ ତେବେ ଯୁଦ୍ଧକୁ କେହି ଅଟକାଇ ପାରିବେନି । ତେଣୁ ୟୁକ୍ରେନ୍ ସେନା ହତିଆର ରଖି ନିଜ ନିଜ ଘରକୁ ଫେରିଯାଆନ୍ତୁ । ସେପଟେ ଯୁଦ୍ଧ ରୋକିବା ପାଇଁ ଆହ୍ୱାନ୍ ଦେଇଛି ମିଳିତ ଜାତୀସଂଘ
ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ପୁଟିନଙ୍କ ଆହ୍ୱାନ୍, ୟୁକ୍ରେନ୍ ଆତ୍ମ ସମର୍ପଣ ନକଲେ ଯୁଦ୍ଧ ନିଶ୍ଚିତ
/kanak/media/post_attachments/wp-content/uploads/2022/02/7-32.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)