କନକ ବ୍ୟୁରୋ : ପୁଷ୍ପା ସିନେମା ରିଲିଜ ହେବା ପରେ ଏହାର ଗୋଟିଏ ସଂଳାପ ଏବେ ପ୍ରତି ବର୍ଗର ଲୋକ ବିଭିନ୍ନ ସମୟରେ ବ୍ୟବହାର କରୁଛନ୍ତି । ଖେଳାଳୀ ଠାରୁ ଟିକଟକ୍ ଷ୍ଟାର ତ ପ୍ରଶାସନିକ ଅଧିକାରୀଙ୍କ ଠାରୁ ନେତା ସମସ୍ତେ ଏବେ ସେହି ଗୋଟିଏ ସଂଳାପକୁ ନିଜ ନିଜର ଷ୍ଟାଇଲରେ ଉପସ୍ଥାପନ କରୁଛନ୍ତି ।
ଏହି କ୍ରମରେ ଏବେ ପଞ୍ଜାବ ନିର୍ବାଚନରେ ବି କଂଗ୍ରେସ ତରଫରୁ ଜାରି କରାଯାଇଥିବା ଏକ ପୋଷ୍ଟରେ ପୁଷ୍ପା ସିନେମାର ସଂଳାପ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟ ଆସିଛି । ଏଥିରେ ବର୍ତମାନର ମୁ୍ଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ସବୁଠାରୁ ଆଗରେ ଥିବା ସ୍ପଷ୍ଟ ହୋଇଛି । ଏନେଇ ରବିବାର ଦିନ ରାହୁଲ ଗାନ୍ଧୀ ଲୁଧିଆନା ଠାରେ ବିଧିବଧ ଭାବେ ଘୋଷଣା କରିବେ ବୋଲି ଜଣାପଡିଛି । ହେଲେ ଯୁବ କଂଗ୍ରେସ ତରଫରୁ ଚନ୍ନିଙ୍କୁ ନେଇ ଏକ ପୋଷ୍ଟର ଜାରି କରାଯାଇଛି । ଏଥିରେ ପୁଷ୍ପା ସିନେମାର ଚର୍ଚ୍ଚିତ ସଂଳାପ ରହିଛି । ପୋଷ୍ଟରରେ ଲେଖାଯାଇଛି କି, ଇଡି ଚଢାଉ କରାଅ କି ମିଛ ଅଭିଯୋଗ ଆଣ, ଚନ୍ନି ଝୁକେଗା ନେହିଁ , ଇଏ ପଞ୍ଜାବର ସିଂହ । କେବଳ ସେତିକି ନୁହେଁ ପଞ୍ଜାବର ବିଭିନ୍ନ ସହରରେ କଂଗ୍ରେସ ତରଫରୁ ନିର୍ବାଚନୀ ସାମଗ୍ରୀ ବଣ୍ଟା ଯାଉଛି ଯେଉଁଥିରେ ଲେଖା ଯାଇଛି କି ସର୍ବଦା ଚନ୍ନି, ସର୍ବଦା ଚନ୍ନି ।
ED की रेड मारो या झूठे आरोप लगाओ, हम झुकेंगे नही! pic.twitter.com/HYRH9wwMYN
— Punjab Youth Congress (@IYCPunjab) February 4, 2022
ଅନ୍ୟପଟେ ସର୍ଭେ ରିପୋର୍ଟ ଆସିବା ପରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତସିଂ ସିଦ୍ଧୁ ନରମ ପଡିଛନ୍ତି । ପୂର୍ବରୁ ନିଜକୁ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦାବି କରି ଦଳର ହାଇକମାଣ୍ଡଙ୍କୁ ଟାର୍ଗେଟ କରୁଥିବା ସିଦ୍ଧୁ ଏବେ କହିଛନ୍ତି କି ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ । ଏହାସହ ସିଦ୍ଧୁ କହିଛନ୍ତି କି ପଦ ପଦବୀରେ ନରହି ବି ଲୋକଙ୍କର ସେବା କରାଯାଇ ପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/14-6.jpg)