କନକ ବ୍ୟୁରୋ : ରିଲିଜ ହେଉ ହେଉ ଧମାଲ କଲାଣି ୫ଟି ଭାଷାରେ ରିଲିଜ ହୋଇଥିବା  ଫିଲ୍ମ ‘ପୁଷ୍ପା’ । ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ ମାତ୍ର ୨ଦିନ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି । ଦୁଇଟି ଭାଗରେ ନିର୍ମିତ ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷାଚାଲାମ ଅଞ୍ଚଳର ଚନ୍ଦନକାଠ ଚୋରା ଚାଲାଣକାରୀଙ୍କ ଜୀବନୀ ଉପରେ ଆଧାରିତ । ଗତକାଲି ରିଲିଜର ଦ୍ୱିତୀୟ ଦିନ ଥିବା ବେଳେ 'ପୁଷ୍ପା: ଦ ରାଇଜ୍' ସମଗ୍ର ବିଶ୍ୱରେ ୧୦୦ କୋଟିରୁ ଅଧିକ ଆୟ କରିଥିବା ଜଣାପଡ଼ିଛି । ‌ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଏନେଇ ଟ୍ବିଟ କରିଛନ୍ତି ।

Advertisment

ଆଗକୁ ମଧ୍ୟ ଏହି ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ତେବେ ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ମାଲେସିଆ ଏବଂ ଇଣ୍ଡୋନେସିଆ ଭଳି ଦେଶରେ ଫିଲ୍ମଟି ରିଲିଜ ହୋଇନାହିଁ । ଏସବୁ ଦେଶରେ ଫିଲ୍ମ ରିଲିଜ ହୋଇଥିଲେ ଫିଲ୍ମଟି ଅଧିକ ଆୟ କରିଥାନ୍ତା ବୋଲି କୁହାଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସୁଥିବା ବେଳେ ଦୁହିଁଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି ।