କନକ ବ୍ୟୁରୋ: ଏବେ ବି ଟାଉନରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା । ସେମିତି ତ ସମସ୍ତଙ୍କ ନଜର ଆରଆରଆର ଉପରେ ଥିଲା ହେଲେ ତା’ ପୂର୍ବରୁ ଫିଲ୍ମ ‘ପୁଷ୍ପା’ର ରିଲିଜ୍ ସମସ୍ତଙ୍କୁ ଖୁସି କରିଦେଇଛି ।

Advertisment

ଏବେ ଗୋଟେ ପରେ ଗୋଟେ ଫିଲ୍ମ ରିଲିଜ୍ ହେବାରେ ଲାଗିିଛି । ତେଣୁ ବକ୍ସ ଅଫିସରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି । ଏହାର ସବୁଠୁ ବଡ କାରଣ ହେଉଛି କରୋନା ପ୍ରୋଟୋକଲ ପାଇଁ ଅନେକ ସ୍ଥାନରେ ଥିଏଟର ଅଧା କାପାସିଟିରେ ଚାଲୁଛି । ଦ୍ୱିତୀୟରେ ଏକା ସମୟରେ ଉଭୟ ବଲିଉଡ ସହ ସାଉଥ୍ ଓ ହଲିଉଡ ମୁଭି ରିଲିଜ ହେଉଥିବାରୁ ପ୍ରତିଯୋଗିତା ବଢିଯାଇଛି ।ଏହି ପ୍ରତିଯୋଗିତା ଭିତରେ ବି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ’ ପୁଷ୍ପା ଦ ରାଇଜ’କୁ ଗ୍ରାଣ୍ଡ ଓପନିଙ୍ଗ ମିଳିଛି । ପ୍ରଥମ ଦିନରେ ଏହି ଫିଲ୍ମ କରିଛି ଜବରଦସ୍ତ ଆୟ ।

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ପ୍ରଥମ ଦିନରେ ରୋଜଗାର କରିଛି ୫୦ କୋଟି ।ଏହି ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଏହାର ଓପନିଙ୍ଗ ଡେ’ ବକ୍ସ ଅଫିସ କଲେକ୍ସନ ହିଁ ଏହାର ଲୋକପ୍ରିୟତାକୁ ସ୍ପଷ୍ଟ କରୁଛି । ଏହି ଫିଲ୍ମ ଗତ ୧୭ ତାରିଖରେ ରିଲିଜ ହୋଇଛି । ପୁଷ୍ପାର ପ୍ରଥମ ପାର୍ଟକୁ ଦର୍ଶକଙ୍କୁ ଭରପୁର ସମର୍ଥନ ମିଳିଛି । ରିପୋର୍ଟ ମୁତାବକୁ ଫିଲ୍ମ କେବଳ ତାମିଲନାଡୁରେ ୪.୦୬ କୋଟି ଆୟ କରିଛି । ଏବେ ତେଲେଙ୍ଗାନାରେ ୧୧ କୋଟିରୁ ଉଦ୍ଧ୍ୱର୍ ଆୟ କରିଛି ।