ପୁଣି ଉତ୍ତରାଖଣ୍ଡ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ପୁଷ୍କର ସିଂ ଧାମୀ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ।

304

କନକ ବ୍ୟୁରୋ: ପୁଣି ଉତ୍ତରାଖଣ୍ଡ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମୀ । ବିଜେପି ବିଧାୟକ ଦଳରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତେବେ ଧାମୀ ହେବେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ । ଜଣେ ୪୫ ବର୍ଷୀୟ ମୁଖ୍ୟମନ୍ତ୍ରୀଙ୍କୁ ପାଇବ ଉତ୍ତରାଖଣ୍ଡ । ୨ ଥରର ବିଧାୟକ ବନିଥିବା ଧାମି କ୍ୟାରିୟରରେ କେବେ ମନ୍ତ୍ରୀ ହୋଇ ନାହାନ୍ତି । ମାତ୍ର ଏବେ ସିଧା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । ତୀରଥ ସିଂ ରାୱତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍ପର ସିଂ ଧାମୀ ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାୱତ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତ୍ , ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ବୈଠକ ପରେ ପରେ ଏପରି ହଠାତ୍ ଇସ୍ତଫା ଦେଇଛନ୍ତି । ଏହା ପଛରେ ସମ୍ବିଧାନିକ ସଂକଟ ଏକ କାରଣ ବୋଲି ଶୁଣାଯାଉଛି । ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ମାର୍ଚ୍ଚ ୧୦ ତାରିଖରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଆଉ ଏବେ ପୁଷ୍ପର ହେବେ ନୂଆ ମୁଖ୍ୟମନ୍ତ୍ରୀ ।