କଡ ବଦଳାଇଲା ଉତ୍ତରାଖଣ୍ଡ ରାଜନୀତି । ୪ ମାସରେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପୁଷ୍କର ସିଂହ ଧାମି ।

Advertisment
କଡ ବଦଳାଇଲା ଉତ୍ତରାଖଣ୍ଡ ରାଜନୀତି । ୪ ମାସରେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପୁଷ୍କର ସିଂହ ଧାମି ।

କନକ ବ୍ୟୁରୋ: ତିନି ଦିନର ରାଜନୈତିକ ସଂକଟ ପରେ ଉତ୍ତରାଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମାତ୍ର ୪ ମାସ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିବା ତୀରଥ ସିଂହ ରାୱତ ଗତକାଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମିଙ୍କୁ ଚୟନ କରାଯାଇଛି ।

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି ଖତିମା ବିଧାୟକ ପୁଷ୍କର ସିଂହ ଧାମିଙ୍କୁ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ମଧ୍ୟ ଚୟନ କରାଯାଇଛି । ଏହାରି ସହିତ ଗତ ୪ ମାସ ଭିତରେ ରାଜ୍ୟକୁ ମିଳିଛି ତିନୋଟି ମୁଖ୍ୟମନ୍ତ୍ରୀ । ଅନେକ ରାଜନୈତିକ ହଟଚମଟ ଭିତରେ ତିରଥ ସିଂହ  ନିଜ ପଦରୁ ଇସ୍ତଫା ଦେବା ପରେ ପୁଷ୍କର ସିଂହ ଧାମିଙ୍କୁ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ରାଜ୍ୟପାଳ ବେବି ରାଣୀ ମୌର୍ୟଙ୍କୁ ରାଜଭବନରେ ପହଁଚି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ତୀରଥ ସିଂହ ରାୱତ । ଏହାରି ସହିତ ମାତ୍ର ୪ମାସର ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।

ତେବେ ରାୱତଙ୍କ ଇସ୍ତଫା ପଛରେ ସାମ୍ବିଧାନିକ ସଂକଟ ବୋଲି କୁହାଯାଉଛି

ଜୁନ୍ ୨୦ –  ମୁଖ୍ୟମନ୍ତ୍ରୀ ତିରଥ ସିଂହ ତୋମାରଙ୍କ ପଦକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ନବ ପ୍ରଭାତ । ଦେଶର ସମ୍ବିଧାନ ଅନୁସାରେ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରହିବାର ହେଲେ ତାଙ୍କୁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ନିର୍ବାଚନ ଜିତିବାକୁ ହେବ । ଆଉ ସାଧାରଣ ନିର୍ବାଚନକୁ ୧ ବର୍ଷରୁ କମ ସମୟ ଥିବାରୁ ସେଠାରେ ବାଏ ପୋଲ ସମ୍ଭବ ନୁହେଁ । ଯାହା ତିରଥ ସିଂହ ରାୱତ ପଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଜୁନ୍ ୨୭ – କଂଗ୍ରେସର ପ୍ରଶ୍ନ ଉପରେ ରାଜ୍ୟ ବିଜେପିର ‘ଚିନ୍ତନ ଶିବିର’ ଆୟୋଜନ

ଜୁନ୍ ୩୦ – ରାଜ୍ୟ ବିଜେପି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ରାୱତଙ୍କ ଜରୁରୀକାଳିନ ଦିଲ୍ଲୀ ଯାତ୍ରା ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ୍

ଜୁଲାଇ ୧- ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବାକୁ ତିରଥ ସିଂହ ରାୱତଙ୍କୁ ନିର୍ଦ୍ଦେଶ

ଜୁଲାଇ ୨ – ୩ ଦିନ ଦିଲ୍ଲୀରେ ରହଣି ପରେ ଡେରାଡୁନ ଫେରି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ତିରଥ ସିଂହ ରାୱତ

ତିନି ଦିନ ଦିଲ୍ଲୀରେ ରହଣି ଭିତରେ ତିରଥ ସିଂହ ରାୱତ ଜେପି ନଡ୍ଡାଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଉତ୍ତରାଖଣ୍ଡର ରାଜନୈତିକ ସଂକଟ ବିଷୟରେ ଆଲୋଚନା କରିଥିଲେ । ଆଉ ଶେଷରେ ତାଙ୍କୁ ଇସ୍ତଫା ଦେବାକୁ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe