ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : କହିଲେ, ନନ୍ଦୀଗ୍ରାମରେ ହୋଇଛି ଆକ୍ରମଣ; ଚାରି ପାଂଚ ଜଣ ବ୍ୟକ୍ତି ଗୋଡରେ ଗାଡି ଚଢାଇବାକୁ କରିଛନ୍ତି ଉଦ୍ୟମ

ଗ୍ରୀନ କରିଡରରେ ଅଣାଗଲା କୋଲକାତା; ରିପୋର୍ଟ ମାଗିଲେ ନିର୍ବାଚନ କମିସନ

1,424

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ବୁଧବାର ନନ୍ଦିଗ୍ରାମରେ ଥିବାବେଳେ ମମତାଙ୍କ ଗୋଡରେ ଆଘାତ ଲାଗିଥିଲା । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି ।

ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ । ଘଟଣାର ସିବିଆଇ ଯାଂଚ କରିବାକୁ ବିଜେପି ଦାବି କରିଛି । ନନ୍ଦିଗ୍ରାମରେ ମମତା ବାନାର୍ଜୀ ନିର୍ବାଚନ ଲଢୁଛନ୍ତି । ବୁଧବାର ନାମାଙ୍କନ ଦାଖଲ କରିବାକୁ ସେ ନନ୍ଦିଗ୍ରାମରେ ଥିଲେ । ଆଉ ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଛି । ମମତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିବା କୁହାଯାଇଛି । ନନ୍ଦିଗ୍ରାମରେ ସବୁ କାର୍ଯ୍ୟକ୍ରମ ରଦ୍ଦ କରାଯାଇ ସଡକ ପଥରେ ଗ୍ରୀନ କରିଡର କରି ମମତାଙ୍କୁ କୋଲାକାତା ଅଣାଯାଇଛି । କୋଲକାତାରେ ପହଂଚିବାପରେ ଏସ.ଏସ.କେ ଏମ ହସ୍ପିଟାଲରେ ଭର୍ତି କରାଯାଇଛି ।

କୋଲକାତାରେ ଦୁଇଟି ହସପିଟାଲକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନନ୍ଦିଗ୍ରାମରେ ଡାକ୍ତର ମମତାଙ୍କ ଗୋଡର ଚିକିତ୍ସା କରିଛନ୍ତି । ଘଟଣା ନେଇ ଟିଏମସି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି କହିଛି । ତେବେ ଘଟଣା ପଛରେ କେଉଁମାନେ ଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ରାଜ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ମମତା ବାନାର୍ଜୀ ମଧ୍ୟ ବୁଧବାର ନନ୍ଦିଗ୍ରାମ ପାଇଁ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।