ମୋଦିଙ୍କୁ ନେଇ ସଡକପଥରେ ଓହ୍ଲାଇଲା ବାୟୁସେନାର ଲଢୁଆ ବିମାନ । ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ।

120

କନକ ବ୍ୟୁରୋ : ସଡକ ପଥରେ ଅବତରଣ କଲା ବାୟୁସେନାର ଲଢୁଆ ବିମାନ । ବାୟୁସେନାର ଲଢୁଆ ବିମାନରେ ଆସି ଉତ୍ତରପ୍ରଦେଶ ଏକ୍ସପ୍ରେସ ୱେରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲୋକାର୍ପଣ କରି ମୋଦି କହିଛନ୍ତି, ଏହା ଉତ୍ତରପ୍ରଦେଶ ବିକାଶର ପ୍ରତୀକ ।

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଅବତରଣ କଲା ମୋଦିଙ୍କ ବିମାନ । ସି-୧୩୦ ଜେ’ ସୁପର ହରକ୍ୟୁଲିସରେ ଆସିଲେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଓହ୍ଲାଇଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ । ସି-୧୩୦ ଜେ’ ସୁପର ହରକ୍ୟୁଲିସ ଏୟାରକ୍ରାଫ୍ଟରେ ସୁଲତାନପୁରରେ ଅବତରଣ କରି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସି-୧୩୦ଜେ’ ସୁପର ହରକ୍ୟୁଲିସ ଏୟାରକ୍ରାପ୍ଟରେ ପ୍ରଧାନମନ୍ତ୍ରୀ ସୁଲତାନପୁର ଏକ୍ସପ୍ରେସ ୱେରେ ପହଂଚି ପୂର୍ବାଂଚଳ ଏକ୍ସପ୍ରେସ ୱେର ଉଦଘାଟନ କରି ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

୬ ଲେନ ଓ ୩୪୧କିଲୋମିଟର ବିଶିଷ୍ଟ ପୂର୍ବାଂଚଳ ଏକ୍ସପ୍ରେସ ୱେ । ୪୦ମାସରେ ଶେଷ ହେଲା କାମ । ଏହି ଏକ୍ସପ୍ରେସ ୱେର ଲମ୍ବା ୩୪୧ କିଲୋମିଟର । ୩ ବର୍ଷ ତଳେ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୋଦି । ଆଜି ସେହି ରାସ୍ତାରେ ଓହ୍ଲାଇଛି ପ୍ରଧାନମନ୍ତ୍ରୀଙ୍କ ଏୟାରକ୍ରାଫ୍ଟ । ଯୋଗୀ ଆଦିତ୍ୟନାଥ ସରକାରକୁ ଆସିବା ପରେ ପୂର୍ବାଞ୍ଚଳର ଏକ ବଡ ବିକାଶପଥର ଉଦଘାଟନ କରିଛନ୍ତି ମୋଦି ।

ରୋଜଗାର ଯୋଗାଇବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ ହେବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଦ୍ୱାରା ଅନେକ ରୋଜଗାର ସୃଷ୍ଟି ହେବ । ସେହିପରି ଏହି ଏକ୍ସପ୍ରେସ ୱେ ଯୋଗୁଁ ଦୁର୍ଘଟଣା ମଧ୍ୟ କମିଯିବାର ଆକଳନ କରାଯାଉଛି । ସମୟ ମଧ୍ୟ ପୂର୍ବାପେକ୍ଷା କମ ଲାଗିବ । ଏହି ଏକ୍ସପ୍ରେସ ୱେ ଉଦଘାଟନ ଅବସରରେ ଏହାର ଫାଇଦା ଓ ବିକାଶ ଦିଗକୁ ନିଜ ଭାଷଣରେ ସାମିଲ କରିଥିଲେ ମୋଦି । ଯଦି ସମଗ୍ର ବିଶ୍ୱର ୟୁପି ଲୋକଙ୍କ ଦକ୍ଷତା ଉପରେ ସନ୍ଦେହ ଥାଏ, ତେବେ ସେମାନେ ସୁଲତାନପୁର ଆସି ସେମାନଙ୍କ କ୍ଷମତା ଦେଖିପାରିବେ ବୋଲି କହିଥିଲେ । ଏହାସହ ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ ହେବ ପୂର୍ବାଂଚଳ ଏକ୍ସପ୍ରେସ ୱେ ବୋଲି କହିଛନ୍ତି ମୋଦି ।

ପୂର୍ବ ସରକାରଙ୍କୁ ମୋଦି ମାଫିଆବାଦ ସହ ତୁଳନା କରି ବିକାଶରେ ଉତ୍ତରପ୍ରଦେଶ ପଛରେ ପଡିବା ନେଇ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମୋଦି । ଏହାସହ ବଂଶବାଦ ରାଜନୀତି ଦୁର୍ନୀତିକୁ ପ୍ରଶୟ ଦେଇ ବିକାଶରେ ବାଧକ ସାଜିଥିଲା ବୋଲି ମୋଦି କହିଥିଲେ । ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ ହେବ ପୂର୍ବାଂଚଳ ଏକ୍ସପ୍ରେସ ୱେ । ଏହା ଆଧୁନିକ ଉତ୍ତରପ୍ରଦେଶର ପ୍ରତିବିମ୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।