କନକ ବ୍ୟୁରୋ : ‘ଟଚ୍ ଆଣ୍ଡ୍ ଗୋ’ ଏବେ ୟୁପିର ପୂର୍ବାଞ୍ଚଳ ଏକ୍ସପ୍ରେସ୍-ୱେରେ ଅବତରଣ କରିବେ ଲଢାକୁ ବିମାନ । ଶତ୍ରୁକୁ ମାତ ଦେବାରେ ବଡ ଭୂମୀକା ଗ୍ରହଣ କରିବ ଏହି ଏକ୍ସପ୍ରେସ୍-ୱେ । ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗୀ ସରକାରଙ୍କ ଅନ୍ୟତମ ଉଚ୍ଚାଭିଳାଷୀ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସ୍-ୱର ଉଦଘାଟନ କରିବେ । ଏହା ପୂର୍ବରୁ ଆରମ୍ଭ ହୋଇଛି ରିହର୍ସଲ୍ । ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ୍-ୱେରେ ପହଞ୍ଚିଛି ୩ଟି ଲଢୁଆ ବିମାନ ।
୩୪୦.୮୨୪ କିଲୋମିଟର ଲମ୍ବା ଏକ୍ସପ୍ରେସୱେ ପୂର୍ବ ଏବଂ ପଶ୍ଚିମ ୟୁପିକୁ ସଂଯୋଗ କରିବ । ଲକ୍ଷ୍ନୌର ଚାନ୍ଦ ସରାଇ ଗ୍ରାମରୁ ଏକ୍ସପ୍ରେସୱେ ଆରମ୍ଭ ହେବ । ଏହି ଏକ୍ସପ୍ରେସୱେଗୁଡ଼ିକ ହେଉଛି ଲକ୍ଷ୍ନୌ ଏହା ବାରାବାଙ୍କି, ଆମେଠି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକରନଗର, ଆଜମଗଡ, ମାଉ ଏବଂ ଗାଜିପୁର ଦେଇ ଯିବ । ଏହା କେବଳ ଉଦ୍ୟୋଗପତିଙ୍କ ସହାୟକ ହେବ ତାନୁହେଁ ସାଧାରଣ ଲୋକ ବି ଏହା ଦ୍ୱାରା ଉପକୃତ ହୋଇପାରିବେ ।
ପୂର୍ବାଞ୍ଚଳ ଏକ୍ସପ୍ରେସ-ୱ ଦ୍ୱାରା କେବଳ ୟୁପି ନୁହେଁ ବିହାରକୁ ମଧ୍ୟ ଫାଇଦା ମିଳିବ । ଏହି ଏକ୍ସପ୍ରେସ୍-ୱେ ସେବା ଆରମ୍ଭ ହେବା ପରେ ଦିଲ୍ଲୀରୁ ବିହାର ଯାତାୟତ ମଧ୍ୟ ସହଜ ହୋଇଯିବ ।
ଏଣିକି ୟୁପିର ପୂର୍ବାଞ୍ଚଳ ଏକ୍ସପ୍ରସୱେରେ ଅବତରଣ କରିବ ଲଢୁଆ ବିମାନ । ରିହର୍ସଲ ପାଇଁ ପହଞ୍ଚିଲା ୩ଟି ଫାଇଟର ଜେଟ୍
/kanak/media/post_attachments/wp-content/uploads/2021/11/4-24.jpg)