କନକ ବ୍ୟୁରୋ : ସମ୍ବାଦ ବିରୋଧରେ ଚାଲିଛି ରୀତିମତ ଚକ୍ରାନ୍ତ । ଆଉ ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁରେ ମାମଲା କରୁଛନ୍ତି ପୂର୍ବତନ କର୍ମଚାରୀ । ପେଡ ମିଡିଆର କ୍ୟାମେରା ସାମ୍ନାରେ ଆସି ସମ୍ବାଦ ବିରୋଧରେ ମିଛ କଥା ଗପୁଛନ୍ତି ପୂର୍ବତନ କର୍ମଚାରୀ । ଚିହ୍ନି ରଖନ୍ତୁ ଭ୍ରାତାଙ୍କ ବଦନ । ନିଜକୁ ସରଳ ଓ ନିରୀହର ପରିଚୟ ଦେଇ, ସାରା ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାଉଥିବା, ଭଦ୍ରମୁଖାଧାରୀ ମଣିଷର ଅସଲ୍ ଚେହେରା ସାମ୍ନାକୁ ଆସିଛି । ସମ୍ବାଦର ପୂର୍ବତନ କର୍ମଚାରୀର ପରିଚୟ ଦେଇ ମିଛ ଖବରର ମୂଳସ୍ରୋତ ସାଜି ଥିବା ଏହି ବ୍ୟକ୍ତିର ଚେହେରାକୁ ଚିହ୍ନି ରଖନ୍ତୁ ।

Advertisment

କିଏ ଏହି ବ୍ୟକ୍ତି ? କ’ଣ ତାଙ୍କ ଅସଲ୍ ପରିଚୟ ? ପ୍ରାୟୋଜିତ ଅଭିଯୋଗ ପଛରେ କ’ଣ ଏହି ବ୍ୟକ୍ତିଙ୍କ ଭୂମିକା ? ଏହି ବ୍ୟକ୍ତିଙ୍କ ନାଁ ହେଉଛି-ପୂର୍ଣ୍ଣଚନ୍ଦ୍ର ଦେଓ । ଶାସକ ଦଳ ବିଜେଡିର କର୍ମୀ । ସେ ଶାସକ ଦଳର ବିଧାୟକଙ୍କ ପାଇଁ କାମ କରନ୍ତି । ଆଉ ଛାୟା ସରକାରର ମୋହରା ବନିଛନ୍ତି । ପ୍ରାୟୋଜିତ ଯୋଜନା ଅନୁସାରେ, ଛାୟା ସରକାରଙ୍କ ପ୍ରରୋଚନାରେ ସମ୍ବାଦ ବିରୋଧରେ ଅଭିଯୋଗ କରିଛନ୍ତି । ଶାସକ ଦଳର ଟାଣୁଆ ନେତାଙ୍କ ପାଖ ଲୋକ ଭାବେ ଜଣାଶୁଣା । କିନ୍ତୁ ଅନ୍ୟର ପ୍ରରୋଚନାରେ ପେଡ୍ ମିଡିଆରେ ଆସି ଅନର୍ଗଳ ମିଛ କଥା କହୁଛନ୍ତି ପୂର୍ଣ୍ଣଚନ୍ଦ୍ର ଦେଓ । ଆଉ ଏତେ ବର୍ଷ ପରେ ଅଭିଯୋଣ ଆଣି ବଦନାମ କରିବାକୁ ଷଡଯନ୍ତ୍ରର ଅଂଶ ବନିଛନ୍ତି ନିଜକୁ ସଚ୍ଚୋଟ କହୁଥିବା ଏହି ପୂର୍ଣ୍ଣଚନ୍ଦ୍ର ଦେଓ ।

ପୂର୍ଣ୍ଣଚନ୍ଦ୍ର ଦେଓ ହେଉଛନ୍ତି ଶାସକ ଦଳ ବିଜେଡିର କର୍ମୀ । ସେ ଶାସକ ଦଳର ଜଣେ ଟାଣୁଆ ବିଧାୟକଙ୍କ ପାଇଁ କାମ କରନ୍ତି । ଆଉ ଦୀର୍ଘ ବର୍ଷ ପରେ ଛାୟା ସରକାରର ମୋହରା ବନିଛନ୍ତି । ପ୍ରାୟୋଜିତ ଯୋଜନା ଅନୁସାରେ, ଛାୟା ସରକାରଙ୍କ ପ୍ରରୋଚନାରେ ସମ୍ବାଦ ବିରୋଧରେ ଅଭିଯୋଗ କରିଛନ୍ତି । ତାହା ପୁଣି ଏକ ପେଡ ଚ୍ୟାନେଲର ଯାହାର କାମ ହେଲା ଖବରକୁ ଅତିରଞ୍ଜିତ କରିବା ଓ ଅନ୍ୟମାନଙ୍କ ନାଁରେ ମିଛ ପ୍ରଚାର କରିବା ।