ପଂଚାୟତକୁ କରୋନା ମୁକ୍ତ କରିବାକୁ ଆଗକୁ ଆସିଲେ ମହିଳା: କୋଣାର୍କର ମହଲପହା ପଂଚାୟତର ୫୦୦ରୁ ଅଧିକ ମହିଳା ଗାଁକୁ କଲେ ସାନିଟାଇଜ; ସଫେଇରେ ସରପଂଚ ହେଲେ ସାମିଲ

Advertisment
ପଂଚାୟତକୁ କରୋନା ମୁକ୍ତ କରିବାକୁ ଆଗକୁ ଆସିଲେ ମହିଳା: କୋଣାର୍କର ମହଲପହା ପଂଚାୟତର ୫୦୦ରୁ ଅଧିକ ମହିଳା ଗାଁକୁ କଲେ ସାନିଟାଇଜ; ସଫେଇରେ ସରପଂଚ ହେଲେ ସାମିଲ

କନକ ବ୍ୟୁରୋ: କରୋନା ଯୁଦ୍ଧରେ ଯୋଦ୍ଧା ପାଲଟିଛନ୍ତି ମହିଳା । ଶହ ଶହ ମହିଳା ସଫା କରିଛନ୍ତି ପଂଚାୟତ । କୋଣାର୍କ ମହଲପଡା ଗ୍ରାମ ପଂଚାୟତକୁ କରୋନା ମୁକ୍ତ କରିବା ପାଇଁ ସ୍ଥାନୀୟ ମହିଳାସଂଘର ମହିଳାମାନେ ହାତରେ ଝାଡୁ ଧରି ଗାଁ ଦାଣ୍ଡ ସଫା କରିଛନ୍ତି । ମହଲପଡା ପଂଚାୟତର ସଂରପଚ ନିଜେ କାନ୍ଧରେ ମେସିନ ଧରି ସ୍ଥାନୀୟ ଅଂଚଳକୁ ସାନିଟାଇଜ କରାଯାଇଛି । ଏହି ପଂଚାୟତର ସରପଂଚ ହେଉଛନ୍ତି ଜଣେ ବି.ଟେକ ଛାତ୍ରୀ । ଶତାଧିକ ମହିଳା ଏହି ସଫେଇରେ ସାମିଲ ହୋଇଥିଲା ।

ସେପଟେ, କ୍ୱାରେଂଟିନରେ ରହୁଥିବା ପ୍ରବାସୀ ଓଡିଆଙ୍କ ଗୁଣ୍ଡାଗର୍ଦି ଭିତରେ ଆସିଛି ନିଆରା ଚିତ୍ର । ଗଂଜାମ ଜିଲ୍ଳା ସଂଗରୋଧ କେନ୍ଦ୍ରରେ ଜାତୀୟ ସଂଗୀତ ଗାନ ପରେ ମାଲକାନଗିରି କ୍ୱାରେନଟିନ ସେଂଟରରୁ ଆସିଛି ଭଜନ ସଭାର ଚିତ୍ର । ମାଲାକାନଗିରି ଜିଲ୍ଳାର ଅଧିକାଂଶ ଶ୍ରମିକ ଶହ ଶହ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ଆସିଥିବା ବେଳେ ଶାରିରିକ ଓ ମାନସିକ ସ୍ଥିିତିରେ ସୁଧାର ଲାଗି ସକାଳ ଓ ସନ୍ଧ୍ୟା ସମୟରେ ଭଜନ ସଭାର ଆୟୋଜନ କରାଯାଉଛି । କାଲିମେଳା ବ୍ଲକ ଯବାନପାଲି ବିଦ୍ୟାଳୟ କ୍ୱାରେନଟିନ ସେଂଟରରେ ୧୦୩ ଜଣ ଅନ୍ତେବାସୀ ରହୁଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ନବ କିଶୋର ମଲ୍ଲିକ ପ୍ରତିଦିନ ଭଜନ କାର୍ଯ୍ୟକ୍ରମ କରୁଛନ୍ତି।

ସେହିଭଳି ଭଦ୍ରକ ତିହିଡ କ୍ୱାରେଟାଇନ୍ କେନ୍ଦ୍ରରେ ଭିଡିଓ ଭାଇରାଲ ପରେ ଏବେ ଧାମନଗର ବ୍ଲକର କିଛି କ୍ୱାରେଟାଇନ୍ ସେଂଟରରେ ଗାୟତ୍ରୀ ମନ୍ତ୍ର ଓ ଯୋଗ କରିବା ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି । ଅସୁରାଳି ବେ୍େଟ କଲେଜରେ ହୋଇଥିବର କ୍ୱାରେଟାଇନ୍ କେନ୍ଦ୍ରର ଏଭଳତ ଦୃଶ୍ୟ ଦେଖିବାକୁ ମିଳିଛି । ସମସ୍ତ ସୁରଟ ଫେରନ୍ତା ଏଥି ରହିଥିବା ବେଳେ ସନ୍ଧ୍ୟା ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିବା ସହ ପ୍ରତିଦିନ ଯୋଗ କରୁଥିବା ଦେଖିବାକୁ ମିଳିଛି । ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତିରେ ଏପଳି ମନ୍ତ୍ର ଜପ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବ୍ଲକ ଉନ୍ନୟନ ଅଧିକାରୀ ଏଭଳି ଭିଡିଓ ଟ୍ୱିଟ୍ କରିବା ସହ ପ୍ରଂଶସା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe