କୁନି ରଥରେ ବଡ ଦିଅଁ । ଦିଆସିଲି କାଠିରେ ଶାଶ୍ୱତ ରଂଞ୍ଜନଙ୍କ ତିନି ରଥ ମଡେଲ

104

କନକ ବ୍ୟୁରୋ: ପୁରୀ କୁମ୍ଭାରପଡା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି ରଥର ମନୋରମ୍ ମଡେଲ । ଶାଶ୍ୱତ ଏଥିପାଇଁ ବ୍ୟବହାର କରିଛନ୍ତି ୪୮୩୦ ଦିଆସିଲି କାଠି । ଶାଶ୍ୱତଙ୍କ ଏହି ମଡେଲରେ ପ୍ରଭୁ ବଳଭଦ୍ରଙ୍କ ଉଚ୍ଚତା ୧୧.୪ ଇଞ୍ଚ, ମା’ ସୁଭଦ୍ରାଙ୍କ ରଥର ଉଚ୍ଚତା ୧୧ ଇଞ୍ଚ ରହିଛି । ସେହିପରି ବଡ ଠାକୁର ବଳଭଦ୍ରଙ୍କ ରଥର ଉଚ୍ଚତା ୧୧.୫ ଇଞ୍ଚ ରହିଛି ।

ତିନୋଟି ରଥର ମୋଟେଇ ୬ ଇଞ୍ଚ ଲେଖାଏଁ ରହିଛି । ଏହି ମଡେଲ ପ୍ରସ୍ତୁତ କରିବାକୁ ଶାଶ୍ୱତଙ୍କୁ ପାଖାପାଖି ୧୮ ଦିନ ସମୟ ଲାଗିଛି । ଏହି ରଥରେ ସାରଥି, ଓଲଟ ଶୁଆ, କଳସ, ଚକ, ଘୋଡା, ଓ ଅନ୍ୟାନ୍ୟ କଳାକୃତି ମଧ୍ୟ ଦେଖିବାକୁ ମିଳିଛି ।

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଣଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଶାଶ୍ୱତ ତାଙ୍କ କଳାକୃତି ମାଧ୍ୟମରେ ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।