ପୁରୀ ସହର ହେବ ଭିକାରୀ ମୁକ୍ତ : ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ, ମନ୍ଦିର ଆଖପାଖ ଓ ବଡଦାଣ୍ଡରୁ ଭିକାରୀ ଓ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କରୁଛି ପ୍ରଶାସନର ସ୍ପେଶାଲ ଟିମ୍

ଉପଯୁକ୍ତ ସ୍ଥାନରେ କରାଯିବ ଥଇଥାନ୍

139

କନକ ବ୍ୟୁରୋ : ପୁରୀ ସହରକୁ କରାଯିବ ଭିକାରୀ ମୁକ୍ତ । ଆଜି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖାଯିବ । ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ବି ଦିଆଯିବ । ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ରେସକ୍ୟୁ ଟିମରେ ସାମିଲ ଅଛନ୍ତି ।

ସୂଚନାନୁଯାୟୀ, ପୁରୀକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଅନେକ ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ କରିବାକୁ ପଡିଥାଏ ଭିକାରୀମାନଙ୍କର ସାମ୍ନା । ଯାହାଫଳରେ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ପୁରୀ ସହରକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ ହାତକୁ ନିଆ ଯାଉଛି ।