କନକ ବ୍ୟୁରୋ : ଆୟତ୍ତରେ ନାହିଁ ମହାପ୍ରସାଦ ଦର । କାର୍ତ୍ତିକ ମାସରେ ଦୈନିକ ୪୦ରୁ ୫୦ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି । କିନ୍ତୁ ମହାପ୍ରସାଦରେ ଯେଉଁଭଳି ଚଢା ଦର ରହିଛି ସେଥିରେ ଭକ୍ତ ମାନେ କଷ୍ଟ ପାଉଛନ୍ତି । ଭକ୍ତଙ୍କୁ ବେଶି କଷ୍ଟ ଦେଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଥିବା ଦଣ୍ଡିଆ ମାନଙ୍କ ଶୋଷଣ । ଏମାନେ ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଭକ୍ତଙ୍କୁ ଦେଢ ଶହରୁ ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଦର ଏତେ ଅଧିକ ରହୁଛି ଯେ ଗରିବ ଭକ୍ତ ପକ୍ଷେ ଏହା କିଣିବା ସମ୍ଭବପର ହୋଇପାରୁନାହିଁ । ଦର ଆଗରେ ମୁଣ୍ଡ ନୁଆଁଇ ଏମାନେ ବିନା ମହାପ୍ରସାଦରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।
ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ । ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢେ ୭ କେଜି, ଦାସିଆରେ ସାଢେ ୫ କେଜିରୁ ସାଢେ ୬କେଜି ଚାଉଳ ରନ୍ଧା ହୁଏ । ବାଇହାଣ୍ଡି ଜିରା ରାଇସ ଅନ୍ନ ଦର ପୂର୍ବରୁ ୧୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୧୬୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ବାସୁମତି ଚାଉଳର ବାଇହାଣ୍ଡି ପୂର୍ବରୁ ୨୨୦୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୨୫୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ବାଇହାଣ୍ଡି ଜିରା ରାଇସର ସେଟ୍ (ଅନ୍ନ, ଡ଼ାଲି, ଦୁଇଟି ତରକାରୀ)ର ଦର ସାଢେ ୪ ହଜାର ଟଙ୍କା ଥିଲା । ଏବେ ୪ହଜାର ୮୦୦ରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍ ସାଢେ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/22-9.jpg)