ପୁରୀରେ ଆମିକସ କ୍ୟୁରି ! ମନ୍ଦିର ଯାଇ ଠାକୁର ଦର୍ଶନ କରିବା ପରେ ଉଚ୍ଛେଦ ସ୍ଥିତିର କରିବେ ସମୀକ୍ଷା

274

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ଓ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀରେ ପହଞ୍ଚିଛନ୍ତି। ଆଜି ସକାଳେ ଉଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିବେ। ପରେ ଶ୍ରୀମନ୍ଦିର ଚାରିପାର୍ଶ୍ବରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଓ ବର୍ତ୍ତମାନର ସ୍ଥିତି ବୁଲି ଦେଖିବେ। ଆଜି ଅପରାହ୍ନ ପର୍ୟ୍ୟନ୍ତ ସେମାନେ ପୁରୀରେ ରହି ଉଚ୍ଛେଦ ପ୍ରକ୍ରିୟା, ପୁନର୍ବାସ, ଥଇଥାନ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉଭୟ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାତିରେ ପୁରୀରେ ପହଞ୍ଚିଥିଲେ। ତେବେ ପୁରୀରେ ଲଗାତାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ଉଚ୍ଛେଦକୁ ବିରୋଧ କରି ଜିଲ୍ଲପାଳଙ୍କ ସହ ସର୍ବଦଳୀୟ ବୈଠକ ମଧ୍ୟ ହୋଇଥିଲା । ହେଲେ ସେହି ବୈକରେ କୌଣସି ନିଷ୍କର୍ସ ନବାହାରିବାରୁ ଆଗକୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଏପରି ସ୍ଥିତିରେ ଆମୁକସ କ୍ୟୁରି ପୁରୀର ସ୍ଥିତି ସମୀକ୍ଷା କରି କଣ ରିପୋର୍ଟ ଦେବେ ତାହା ଉପରେ ରହିଛି ନଜର ।