କନକ ବ୍ୟୁରୋ : ଗାଁ ଦାଣ୍ଡରେ ଫିଲ୍ମ ଷ୍ଟାଇଲରେ ଗଣ୍ଡଗୋଳ । ଜମିଜମା ବିବାଦକୁ ନେଇ ଗାଁ ମଝିରେ ଉଡିଲା ଇଟା, ପଥର ବୁଲିଲା ବାଡି । ମହିଳା ଓ ପୁରୁଷଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । କାହା ହାତରେ ପଥର ତ କାହା ହାତରେ ବାଡି । ଗୋଡାଇ ଗୋଡାଇ ପିଟା ପିଟା ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

Advertisment

ପୁରୀ ଜିଲ୍ଲା ଡେଲାଙ୍କ ବ୍ଲକ ହରିପୁର ଗାଁରେ ଜମିଜମା ବିବାଦରୁ ହୋଇଥିବା ଖଣ୍ଡଯୁଦ୍ଧର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଗୋଷ୍ଠୀର ମହିଳାଙ୍କ ଉପରେ ଅନ୍ୟ ଗୋଷ୍ଠୀର ପୁରୁଷମାନେ ବାଡି ଧରି ଗୋଡାଇ ଗୋଡାଇ ପିଟୁଥିବା ବେଳେ ମହିଳମାନେ ଇଟା ପଥର ପିଙ୍ଗି ପାଲଟା ଆକ୍ରମଣ କରିଛନ୍ତି । ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।