କନକ ବ୍ୟୁରୋ : ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ରେଡ୍ କରାଯାଉଛି । ଶ୍ରୀଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଓ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ ମହଲା କୋଠାରେ ରେଡ୍ କରୁଛି ଭିଜିଲାନ୍ସ । ତିନିଟି ଟିମ୍ ଦ୍ୱାରା ରେଡ୍ କରାଯାଉଛି । କୃଷ୍ଣଚନ୍ଦ୍ରଙ୍କ ନାଁରେ ଛତୁଆ ଦୁର୍ନୀତି ଅଭିଯୋଗ ଆସିଥିଲା । ଛତୁଆ ଦୁର୍ନୀତି ସହ ଶିଶୁ ବିକାଶ କାର୍ଯ୍ୟରେ ଆସିଥିବା ଅନେକ ଯୋଜନାରେ ଅର୍ଥ ହେରଫେର କରି ସମ୍ପତିଠୁଳ କରିଥିବା ଅଭିଯୋଗ ହୋଇଥିଲା ।