ଅଣସର ପିଣ୍ଡିରେ ଅସୁସ୍ଥ ଶ୍ରୀଜିଉ । ରାଜବୈଦଙ୍କ ପରାମର୍ଶ କ୍ରମେ ଚାଲିଛି ଉପଚାର, ଫୁଲୁରୀ ତେଲ ଓ ଓସ୍ୱ ଲାଗି ପରେ ବି କମୁନି ଜ୍ୱର ।

98

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଏବେ ବି ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ଦେହରେ ଫୁଲୁରୀ ତେଲ ଓ ଓସ୍ୱ ଲାଗି ପରେ ବି କମୁନି ମହାପ୍ରଭୁଙ୍କ ଜର । ରାଜବୈଦଙ୍କ ପରାମର୍ଶ କ୍ରମେ ଦଇତାପତି ସେବାୟତମାନେ ଉପଚାର କରୁଛନ୍ତି । ସ୍ନାନପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ ।

ମହାପ୍ରଭୁଙ୍କୁ ମହାଜ୍ୱରରୁ ସୁସ୍ଥ କରିବା ପାଇଁ ସର୍ବାଙ୍ଗରେ ଫୁଲୁରୀ ତେଲ ଓ ଓସ୍ୱ ଲାଗି ହୋଇ ସାରିଛି, ତଥପା ଜ୍ୱର ଛାଡୁନି । ଏହାପରେ ରାଜବୈଦଙ୍କ ପରାମର୍ଶ କ୍ରମେ ଗୁପ୍ତସେବାର ସ୍ୱତନ୍ତ୍ର ନୀତି କରାଯିବ । ଆସନ୍ତାକାଲି ମଧ୍ୟରାତ୍ରୀରେ ଲାଗି ଶ୍ରୀଜିଉଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ ।

ପରମ୍ପରା ଆଧାରରେ ଶ୍ରୀମନ୍ଦିର ରାଜ ବୈଦଙ୍କ ଘରୁ ଏହି ଦଶମୂଳ ମୋଦକ ଆସିଥାଏ । ସେପଟେ ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ । ରଥଯାତ୍ରା ତାରିଖ ପାଖେଇବା ସବ ରଥକାମ ବି ଖୁବ୍ ଜୋରସୋରରେ ଚାଲିଛି ।