ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ସିରିଜ ଟ୍ରେନ ପୋଡି ମାମଲା । ଆଜି ପୁରୀ ଏସଡିଜେଏମ କୋର୍ଟରେ ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନକୁ ହାଜର କରାଇବ ଏନଆଇଏ । ଏହାସହ ସିରିଜ ଟ୍ରେନପୋଡି ମାମଲାରେ ସଂଗ୍ରହ କରିଥିବା ସମସ୍ତ ତଥ୍ୟ ପୁରୀ ଜିଆରପିକୁ ହସ୍ତାନ୍ତର କରିବ ଏନଆଇଏ । ପୂର୍ବରୁ ଏନଆଇଏ ଏହି ମାମଲାରେ ଏକ ରିପୋର୍ଟ ଖୋର୍ଦ୍ଧା ଜିଲ୍ଲା ଦୈାରାଜଜ ଙ୍କୁ ଦେଇଥିଲେ । ଯେଉଁଥିରେ ଦର୍ଶା ଯାଇଥିଲା ଯେ, ପୁରୀ ଟ୍ରେନ ପୋଡି ମାମଲାରେ ଆତଙ୍କବାଦି ଲିଙ୍କ ନାହିଁ । ସୁବାଷ ଜଣେ ମାନସିକ ବିକୃତ ବ୍ୟକ୍ତି ହୋଇଥିବାରୁ, ସେ ନିଜ ଇଚ୍ଛାରେ ପୁରୀରେ ଥିବା ୩ଟି ଟ୍ରେନରେ ନିଆଁ ଲଗାଇଦେଇଥିଲା ବୋଲି ଏନଆଇଏ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ପୁରୀ ଟ୍ରେନ ପୋଡି ସମୟରେ ଉତରାଖଣ୍ଡ ଓ କୋଲକାତାରେ ମଧ୍ୟ ୨ଟି ଟ୍ରେନରେ ନିଆଁ ଲାଗିଥିଲା । ଯାହାକୁ ନେଇ ଏହି ଘଟଣାରେ ଆତଙ୍କବାଦୀ ଲିଙ୍କ ଥିବା ସନେ୍ଦହ କରାଯାଉଥିଲା । ଏହି ଘଟଣାରେ ସୁବାଷକୁ ପୁରୀ ଜିଆରପି ଗିରଫ କରିଥିଲା । ସେହି ସମୟରେ ତାଠାରୁ ଏକ ଦିଆସିଲି ମଧ୍ୟ ଜବତ ହୋଇଥିଲା ।
ପୁରୀ ସିରିଜ ଟ୍ରେନ ପୋଡି ମାମଲା : ଏସଡିଜେଏମ କୋର୍ଟରେ ହାଜର ହେବ ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନ
/kanak/media/post_attachments/wp-content/uploads/2016/04/vlcsnap-2016-04-28-11h16m16s083.png)