ପୁରୀରୁ କୋଣାର୍କ ଗଡିବ ଟ୍ରେନ୍ । ପୂରଣ ହେବାକୁ ଯାଉଛି ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ । ସୂଚନା ଦେଲେ ଅଶ୍ୱିନୀ ବୈଷ୍ଣବ ।

450

କନକ ବ୍ୟୁରୋ: ରେଳପଥରେ ଯୋଡିହେବ ଶ୍ରୀକ୍ଷେତ୍ର ଆଉ ଅର୍କକ୍ଷେତ୍ର । ଟ୍ରେନରେ ପୁରୀରୁ କୋଣାର୍କ ଯାଇପାରିବେ ତୀର୍ଥଯାତ୍ରୀ । ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ । ମଙ୍ଗଳବାର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ତାଙ୍କ ସୂଚନା ମୁତାବକ, କୋଣାର୍କ ମନ୍ଦିର ସହ ଯୋଡିହେବ ଶ୍ରୀମନ୍ଦିର । ଏଥିପାଇଁ ୨୧୫ ହେକ୍ଟର ଜମି ଦରକାର ପଡିବ । ଏଥିପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ । ତା ସହିତ ଉକ୍ତ ଟ୍ରେନରେ ଜଗନ୍ନାଥ ସଂସ୍କୃତି ବିଷୟରେ ତଥ୍ୟ ରହିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅନ୍ୟପଟେ ଗତ ୧୦ ବର୍ଷରେ ଓଡିଶାରେ ୪୦୯ଟି ରେଲୱେ ପ୍ଲାଏଓଭର ନିର୍ମାଣ ହେଇଛି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।