କନକ ବ୍ୟୁରୋ : ରଥଯାତ୍ରା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଗହଳି । ରଥାରୁଢ ଶ୍ରୀଜିଉଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀକୁ ଧାଇଁ ଆସିଛନ୍ତି । ରଥ ମଧ୍ୟ ସିଂହଦ୍ୱାରରେ ପହଞ୍ଚି ଯାଇଛି । ବର୍ଷତମାମ କାଳିଆକୁ ଦେଖିପାରୁନଥିବା ଅଣହିନ୍ଦୁ ଭକ୍ତିଙ୍କ ଗହଳି ମଧ୍ୟ ବଢିଛି । ସମସ୍ତେ ଅନାଇ ରହିଛନ୍ତି ରଥାରୁଢ ଶ୍ରୀଜିଉଙ୍କୁ ଦେଖିବା ପାଇଁ ।
କିଏ ହାତରେ ଗଦା ଧରିଛି ତ କିଏ ହାତରେ ମୟୂର ପଙ୍ଖ ଧରି କୃଷ୍ଣ ଭଙ୍ଗିରେ ଛିଡା ହେଉଛି । ହାତରେ ଗଦା ଧରି ନିଜକୁ ଜଗନ୍ନାଥଙ୍କ ବନ୍ଧୁ ବୋଲି କହୁଛନ୍ତି ଛତିଶଗଡରୁ ଆସିଥିବା ଜଣେ ଜଗନ୍ନାଥ ପ୍ରେମୀ । ସେପଟେ ବାଂଲାଦେଶରୁ ବଡଦାଣ୍ଡକୁ ଧାଇଁ ଆସିଛନ୍ତି ଜଗା ପ୍ରେମୀ । ବାଂଲାଦେଶ ଢାକାରୁ ସେ କାଳିଆ ଦର୍ଶନ ପାଇଁ ଆସି ବଡଦାଣ୍ଡରେ ପହଂଚିଛନ୍ତି । ଜଗନ୍ନାଥ ଦର୍ଶନ କଲେ ସବୁ ପାପରୁ ମୁକ୍ତି ମିଳିବ ବୋଲି କହିଛନ୍ତି ଏହି ଭକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/vlcsnap-2022-06-30-13h50m08s072.png)