କାଲିଠୁ କାଳିଆ ଦର୍ଶନ : ସକାଳ ସାଢେ ୭ଟାରୁ ରାତି ୧୧ଟା ପାଇଁ ସେବାୟତଙ୍କ ପରିବାରକୁ କେବଳ ଦର୍ଶନ ଅନୁମତି

୨୬ ତାରିଖରୁ ପୁରୀବାସୀ କରିବେ ଦର୍ଶନ; ପରିଚୟପତ୍ର ବାଧ୍ୟତାମୂଳକ

150

କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବ କାଳିଆ ଦର୍ଶନ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ହେବ । ୨୬ ତାରିଖରୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ସେବାୟତଙ୍କ ସହ ପୁରୀ ବାସୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।  ଶ୍ରୀମନ୍ଦିରର ୪ଟି ଦ୍ୱାର ମଧ୍ୟରୁ ଯେେକୌଣସି ଦ୍ୱାର ଦେଇ ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

ଏହି ସମୟରେ ପରିଚୟପତ୍ର ଆଣିବାକୁ  ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି । ପୁରୀବାସୀଙ୍କୁ  ଦୁଇଦିନ ପୂର୍ବରୁ ପ୍ରତ୍ୟେକ ପରିବାରକୁ ଚିରକୁଟି ଯୋଗାଇଦିଆଯିବ । ବଡଦାଣ୍ଡର ମାର୍କେଟଛକରୁ ବ୍ୟାରିକେଡ ଦେଇ ଭକ୍ତମାନେ ସିଂହଦ୍ୱାର ଯାଏଁ ଯିବେ ।  ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ପୁଣି ୩ ତାରିଖରୁ ପୁରୀ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ।