ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍

72

କନକ ବ୍ୟୁରୋ : ପୁରୀରେ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭଡାଟିଆ , କର୍ମଜୀବୀଙ୍କ ସହ ଛାତ୍ରଛାତ୍ରୀ । ଏଥିପାଇଁ ଡିସେମ୍ୱର ୩୦ ଓ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ପୁରୀରେ ବସବାସ କରୁଥିବା ଭଡାଟିଆ , କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟୋକନ୍ ଦିଆଯିବାର ପୁରୀ ମୁନିସିପାଲଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତେ ମାର୍କେଟ ଛକରୁ ଚିରକୁଟ୍ ଦେଖାଇ ପ୍ରବେଶ କରିବେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ସମସ୍ତ ଯାଂଚ ସରିବା ପରେ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଯିବେ । ଏନେଇ ସୂଚନା ଦେଇଛନ୍ତି ପୁରୀଜିଲ୍ଲାପାଳ ବଲୱନ୍ତ ସିଂ ।  ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି ।