କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁଲର୍ଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ ।
ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ଆଜି ପାଞ୍ଜିକାରକ ଓ ମୁକ୍ତି ମଣ୍ଡପ ପଣ୍ଡିତଙ୍କର ବୈଠକ ବସିଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବପର୍ବାଣୀ ପାଳନ ହେବ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା ।