କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଉତ୍ତେଜନା ପ୍ରକାଶ। ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୁଲିସ ମୋବାଇଲ୍ କ୍ୟାମେରାରେ ଫଟୋ ଉଠାଇବା ଘଟଣାକୁ କେନ୍ଦ୍ର କରି ଜେଟିଏସ୍ (ଜଗନ୍ନାଥ ଟେମ୍ପୁଲ ସ୍କ୍ବାଡ୍)ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଆନ୍ଧ୍ର ପୁଲିସ କର୍ମଚାରୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ସେମାନଙ୍କ ମୋବାଇଲରେ ଥିବା ଫଟୋଗୁଡ଼ିକୁ ଡିଲିଟ୍ କରାଯାଇଛି। ତେବେ ଏହି ଘଟଣା ସଂପର୍କରେ ଗାରଦରେ ରିପୋର୍ଟ ହୋଇନାହିଁ। ନିର୍ବାଚନ ଡ୍ୟୁଟିରେ ଆସିଥିବା ଆନ୍ଧ୍ର ପୁଲିସ ଯବାନମାନେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସକାଳେ ୨୫ରୁ ଅଧିକ ଯବାନ୍ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କୁ ଗେଟ ଠିକ୍ ଭାବେ ଯାଞ୍ଚ କରାଯାଇନଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଏକାଧିକ ଯବାନ୍ ମୋବାଇଲ୍ ଫୋନ୍ ଧରି ଦେଉଳ ଭିତରକୁ ପଶିଥିଲେ।
/kanak/media/post_attachments/wp-content/uploads/2019/01/puri-jagannath-temple-148302344503-orijgp.jpg)
ଫଟୋ ଉଠାଇବା ବେଆଇନ୍ ବୋଲି କହିଥିଲେ। ମାତ୍ର ଯବାନମାନେ ଶୁଣିବା ମୁଡରେ ନଥିଲେ। ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ଲାଗି ଯାଇଥିଲା। ଖବର ପାଇ ଜେଟିଏସ୍ ସ୍କ୍ବାଡର ଅନ୍ୟ ସଦସ୍ୟ ଓ ଶ୍ରୀମନ୍ଦିର ସୁବେଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁକ୍ତି ଛଳରେ ଅନ୍ୟ ପୋଲିସମାନେ ମନ୍ଦିରରେ ମୋବାଇଲ୍ ବ୍ୟବହାର କରୁଥିବା କଥା ଆନ୍ଧ୍ର ଯବାନମାନେ କହିଥିଲେ। ମାତ୍ର ସେମାନଙ୍କ କଥା ଶୁଣାଯାଇନଥିଲା। ଶେଷରେ ଆନ୍ଧ୍ର ପୁଲିସ ଯବାନଙ୍କଠାରୁ ୨ ହଜାର ଟଙ୍କାର ଜରିମାନା ରାଶି ଆଦାୟ କରାଯାଇଥଲା। ସେମାନେ ଉଠାଇଥିବା ଫଟୋକୁ ବି ଡିଲିଟ୍ କରାଯାଇଥିଲା।