ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ହେବ ବଡ ଠାକୁର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ

ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ହେବ ବଡ ଠାକୁର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ

କନକ ବ୍ୟୁରୋ : ଆଜି ୪ଘଂଟା ବନ୍ଦ ରହିବ ଶ୍ରୀମନ୍ଦିର । ଏହି ସମୟରେ ସାଧାରଣ ଦର୍ଶନ ବି ୪ଘଂଟା ଧରି ବନ୍ଦ ରହିବ । ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ଦତ ମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରିବେ । ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ଚୂଡାନ୍ତ ହୋଇଛି । ଏହାଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ଘଂଟା ଧରି ଏହି ନୀତି ଚାଲିବ । ଏଥିପାଇଁ ଅପରାହ୍ଣ ୪ଟା ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe