ପୁରୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ଆଜି ବସିବ ପରିଚାଳନ କମିଟି ବୈଠକ

Advertisment
ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିରକୁ ନେଇ ସତ୍ୟପାଠ ଦାଖଲ ! ମନ୍ଦିର ପ୍ରଶାସନର ଦୋମୁହାଁ ନୀତି, କହିଲା ଧାଡି ଦର୍ଶନ ଭକ୍ତଙ୍କୁ ବାଧୁନି

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହେଉଛି। ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକର ଆଲୋଚନାରେ ପୁରୀ ହିଂସାକାଣ୍ଡ ଓ ସୁପ୍ରିମକୋର୍ଟଙ୍କ ଆଦେଶ ପରିପାଳନର ସମୀକ୍ଷା ମୁଖ୍ୟ ପ୍ରସଙ୍ଗ ରହିଛି। ଏହାବାଦ କାର୍ତିକ ନୀତି ଓ ହବିଷ୍ୟାଳିଙ୍କୁ ଅବଢ଼ା ଦେବା ସଂପର୍କରେ ବି ସମୀକ୍ଷା ରହିଛି। ମିଳିଥିବା ସୂଚନା ମୁତାବକ, ବୈଠକ ଆରମ୍ଭରୁ ପୂର୍ବ ବୈଠକର ବିବରଣୀ ଦୃଢ଼ୀକରଣ ପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ ହୋଇଛି କି ନାହିଁ, ସେ ଉପରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି। ପରେ ଗତ ସେପ୍ଟେମ୍ବର ୨୭ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ତିକ ମାସର ସମସ୍ତ ନୀତି ଉପରେ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ହବିଷ୍ୟାଳିଙ୍କ ଅବଢ଼ା ଦେବା ସଂପର୍କରେ ମଧ୍ୟ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ଏହା ପରେ ପୁରୀ ହିଂସାକାଣ୍ଡ ସଂପର୍କରେ ଆଲୋଚନା ହେବ।

publive-imageହିଂସାକାଣ୍ଡ କ୍ଷୟକ୍ଷତିର ଆକଳନ ଓ ପୁନଃ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା କରାଯିବ। ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଯେଉଁ ୧୨ଟି ଅନ୍ତରୀଣ ଆଦେଶ ଦେଇଛନ୍ତି, ସେ ଉପରେ ବି ସମୀକ୍ଷା କରାଯିବ। ବିଶେଷ କରି ସୁପ୍ରିମକୋର୍ଟଙ୍କ ୧, ୨ ଓ ୧୨ ନଂ ଆଦେଶରେ ରହିଥିବା ବଂଶାନୁକ୍ରମିକ ସେବା ଉଚ୍ଛେଦ, ଶ୍ରୀମନ୍ଦିର ଆଇନର ସଂଶୋଧନ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ସୁପ୍ରିମକୋର୍ଟରେ ଥିବା ଅନ୍ୟାନ୍ୟ ମାମଲା ସଂପର୍କରେ ବି ଆଲୋଚନା କରାଯିବ। ପରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ସଂକ୍ରାନ୍ତରେ ଗୃହିତ ପଦକ୍ଷେପ ସଂପର୍କରେ କମିଟି ସଦସ୍ୟଙ୍କୁ ଅବଗତ କରାଯିବ। ସଂସ୍ଥା ସବ୍ କମିଟି ସଂପର୍କରେ ବି ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe