ଆଜିଠାରୁ ଆରମ୍ଭ ହେଉଛି ଷୋଳପୂଜା : ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ କରାଗଲା ବରଣ

75

କନକ ବ୍ୟୁରୋ : ଆଜିଠରୁ ଆରମ୍ଭ ହେଉଛି ଷୋଳପୂଜା । ଏହି ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହା ଗୁଆ ନଡିଆ ବ୍ରାହ୍ମଣଙ୍କୁ ଦେଇ ବରଣ କରିବେ । ଏହାସହ ପୁରୀର ବିଭିନ୍ନ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକମାନଙ୍କୁ ମଧ୍ୟ ଆଜି ବରଣ କରାଯିବ ।