ତିନି ଦିନ ଶ୍ରୀମନ୍ଦିର ବନ୍ଦ ପରେ ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ । କଟକଣା ପାଳନ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

28

କନକ ବ୍ୟୁରୋ : ତିନି ଦିନ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସକାଳ ୭ଟାରୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କୋଭିଡ୍ କଟକଣା ପାଳନ କରି ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଗତକାଲି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ରହିଛି ନନ୍ଦୋତ୍ସବ । ଶ୍ରୀମନ୍ଦିରରେ ଭକ୍ତମାନେ ଆଜି ନନ୍ଦୋତ୍ସବ ଦେଖିପାରିବେ ।