ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି : ରଥଖଳାରେ ହେବ ନାହାକା ଚକଅଖ ଡେରା ନୀତି

115

କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ବାହାରିବ ଆଜ୍ଞାମାଳ । ରଥଖଳାକୁ ଏହା ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି ।

ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଅଖଚକ ସଂଯୋଗ ନୀତି କରାଯିବ । ଭଉଁରୀ ଓ ଦେବସ୍ନାନ ପୂର୍ଣ୍ଣମାକୁ ନେଇ ଜଗନ୍ନାଥ ମନ୍ଦିର ପ୍ରଶାସନ ତତ୍ପର ହୋଇଛି । ସେପଟେ ପହଁଚିଛି ରଥ ଦଉଡି । ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ ମୋଟ ୨୦ଟି ଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି । ରଥ ଦଉଡି ଗୁଡ଼ିକରେ ୧୨୦ କେଜି ରସି ଲାଗିଛି । ଦଉଡ଼ି ଲମ୍ବ ୬୭ମିଟର ବା ୨୨୦ ଫୁଟ ରହିଛି ।

ସେପଟେ ୩ ଟି ଇନରକଡନ ଦଉଡିକୁ ୩ ରଙ୍ଗର କରାଯାଇଛି । ଓଡ଼ିଶା କତା ନିଗମକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଡିଏଟି ଦଉଡି ପାଇଁ ବରାଦ ଦିଆଯାଇଥିଲା ।