ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ : ନାଇଟ୍ କର୍ଫ୍ୟୁ ପାଇଁ ରାତି ୮ଟାରୁ ଶ୍ରୀମନ୍ଦିରରେ ଦର୍ଶନ ମନା

168

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାର ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି ଭିତରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ।

ରାତି ୮ଟାରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଥିବା ସ୍ୱତନ୍ତ୍ର ବ୍ୟରିକେଡ଼କୁ ସିଲ କରାଯିବ । ରାତି ସାଢେ ୮ଟା ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତ ମାନଙ୍କୁ ଖାଲି କରାଯିବ । ଏନେଇ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେପଟେ ଆସନ୍ତା ସପ୍ତାହରୁ ଶ୍ରୀମନ୍ଦିରରେ ଶନିବାର ଓ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।