କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବନକଲାଗି ବେଶ । ୪ ଘଂଟା ବନ୍ଦ ରହିବ ଦର୍ଶନ । ମାଘ କୃଷ୍ଣପକ୍ଷ ପଂଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ବେଶ ଅନୁଷ୍ଠିତ ହେବ । ତେଣୁ ଆଜି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେନି ଶ୍ରଦ୍ଧାଳୁ । ଦତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ୪ ଘଂଟା ଧରି ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ । ପ୍ରତିମାସରେ ଏହା ୨ଥର କରାଯାଉଥିବା ବେଳେ ଦତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ମୁଖ ସିଂହାର କରିଥାଆନ୍ତି । ନୀତି ସମ୍ପାଦନ ସମୟରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରହୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ସୁବିଧା ମିଳିବ ନାହିଁ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us