ସ୍ୱର୍ଗଦ୍ୱାରର ଯମରାଜ ! ଜବରଦଖଲକାରୀଙ୍କ ଖୋଲିଲା ଚେହେରା

82

କନକ ବ୍ୟୁରୋ : ଜଗନ୍ନାଥଙ୍କ ଜମିକୁ କବଜା କରିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି । ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ବର୍ଷବର୍ଷ ଧରି ବେଆଇନ ଭାବେ ଦଖଲରେ ରଖି ବଢାଇ ଚାଲିଛନ୍ତି ବ୍ୟବସାୟ । ୫୩୫ ଡେସିମିଲ ସ୍ୱର୍ଗଦ୍ୱାର ଜମିର ମାଲିକାନା ରହିଛି ଅନ୍ୟମାନଙ୍କ ନାଁରେ । ଯାହାକୁ ଚିହ୍ନଟ କରି ଖୁବଶୀଘ୍ର ନୋଟିସ କରିବ ପ୍ରଶାସନ । ଦେଖନ୍ତୁ କିଏ ସେହି ସ୍ୱର୍ଗଦ୍ୱାରର ଯମରାଜ ।

ଜୟନ୍ତ ଷଡଙ୍ଗୀ : ପୁରୀ ପୌରାଧ୍ୟକ୍ଷ
ସଂପର୍କୀୟ ଶ୍ୟାମସୁନ୍ଦର ଷଡଙ୍ଗୀଙ୍କ ନାଁ ରହିଛି ଜମି
ପ୍ଲଟ୍ ନଂ ୧୪୫୨ରେ ଅଛି ୧ଏକର ୪୨୬ଡେସିମିଲ ଜମି
ବେଆଇନ ଦଖଲରେ ଏଛି ୩୩୩ ଡେସିମିଲ ଜମି

ପ୍ରେମାନନ୍ଦ ଦାସମହାପାତ୍ର : ଶ୍ରୀମନ୍ଦିରର ବରିଷ୍ଠ ସେବାୟତ
ପ୍ରେମାନନ୍ଦ ଓ ଦେବାନନ୍ଦଙ୍କ ନାଁରେ ରହିଛି ୨ଟି ପ୍ଲଟ
୧୪୬୬/୧୬୧୮ ପ୍ଲଟରେ ଅଛି ୩୦ ଡେସିମିଲ ଜମି
୧୪୬୭ ନମ୍ବର ପ୍ଲଟରେ ଅଛି ୨୫ ଡେସିମିଲ ଜମି

ନରସିଂହ ସାହୁ : କାଉନସିଲର, ପୁରୀ ପୌରପରିଷଦ
୧୪୬୮/୧୭୩୫ ପ୍ଲଟରେ ଅଛି ୨୦ ଡେସିମିଲ ଜମି

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକାରୀଙ୍କ ଭିଡ ବଢୁଥିବାରୁ ଏହାର ସଂପ୍ରସାରଣ ହେବ । ତେଣୁ ପୂର୍ବ ଓ ପଶ୍ଚିମ ପଟୁ ଆରମ୍ଭ କରି ଚୈତନ୍ୟ ମହାପ୍ରଭୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ମଶାନ ନିକଟରେ ଥିବା ହୋଟେଲ, ଲଜିଂ, ମାର୍କେଟ କଂପ୍ଲେକ୍ସ ଓ ବିଦେଶୀ ମଦଦୋକର୍କୁ ଉଚ୍ଛେଦ କରି ଏହି ସଂପ୍ରସାରଣ କରାଯିବ । ବେଆଇନ ଦଖଲରେ ଥିବା ଏସବୁ ଜମିର ମାଲିକାନା ନେଇ ପିକେଡିଏକୁ ତଥ୍ୟ ଦେଇଛନ୍ତି ପୁରୀ ତହସିଲଦାର । ଏପଟେ ୧୯୮୫ରୁ ୧୯୯୭ ପର୍ଯ୍ୟନ୍ତ କିଭଳି ଭାବେ ଏସବୁ ଜମିକୁ ଅସ୍ଥାୟୀ ଭାବେ ଲାଇସେନ୍ସ ପ୍ରଦାନ କରାଗଲା ଓ କେଉଁ ଆଦେଶ ବଳରେ ଏହି ଜମି ଅଧିଗ୍ରହଣ ସଂଜ୍ଞାକୁ ବଦଳାଇ ଦିଆଗଲା ତାର ଯାଂଚ କରିବାକୁ ଦାବି କରିଛନ୍ତି ପରିବେଶବିତ ।

ସ୍ୱର୍ଗଦ୍ୱାର ଜମି ବେଆଇନ ଦଖଲ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି କାହା ପୃଷ୍ଠପୋଷକତାରେ ଶ୍ମଶାନ ଜମି ନିଜ କବଜାକୁ ନେଇ ବ୍ୟବସାୟ ବଢାଉଥିଲେ ଏସବୁ ପ୍ରଭାବଶାଳୀ ବ୍ୟକ୍ତି । ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଏଥିରେ କଣ ଭୂମିକା ରହିଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।